କାର୍ଯ୍ୟରେ ଅବହେଳା ଯୋଗୁଁ ଫାଣ୍ଡି ଅଧିକାରୀଙ୍କ ସହ ଚାରି କନ ଷ୍ଟେବଲଙ୍କୁ ନିଳମ୍ବିତ…

ମାଲକାନଗିରି:ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀଙ୍କ ସହ ଅନ୍ୟ ଚାରି ଜଣ କନ ଷ୍ଟେବଲଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ନିଳମ୍ବିତ କରାଯାଇଛିା ଏ ସମ୍ବନ୍ଧରେ ଓର୍କେଳ ଥାନା ଭାରପ୍ରାପ୍ତ ଅଧିକାରୀ ଜନ୍ ଖୁଜୁର୍ ପ୍ରକାଶ କରିଛନ୍ତି ଯେ, ସେ କୁଡୁମୁଲୁଗୁମ୍ମା ଆଉଟ୍ ପୋଷ୍ଟକୁ ଅନେକ ଥର ଯାଇ ସେଠାରେ ଥିବା ଫାଣ୍ଡି ଅଧିକାରୀ ଓ କନଷ୍ଟେବଲ ମାନଙ୍କୁ କାର୍ଯ୍ୟରେ ଅବହେଳା କରୁଥିବା ସମ୍ବନ୍ଧରେ ତାଗିଦ କରିଥିଲୋ କିନ୍ତୁ କର୍ମଚାରୀ ମାନେ ନସୁଧୁରିବାରୁ ମାଲକାନଗିରି ଏସ୍‌.ପି.ଙ୍କ ଫାଣ୍ଡିର ଫାଣ୍ଡି ଅଧିକାରୀଙ୍କ ସହ ମୋଟ ୫ କର୍ମଚାରୀଙ୍କୁ ନିଳମ୍ବିତ କରିଥିବା ଜଣାପଡିଛି । ନିଲମ୍ବିତ କର୍ମଚାରୀମାନେ ହେଲେ କମଳ ଲୋଚନ ନାୟକ,ଉମାକାନ୍ତ ପଟାୟତ,ସୁଶାନ୍ତ ସାହୁ,ପ୍ରସନ୍ନ ଦଳାଇ ଓ ପ୍ରଭାକର ପାହି ।

nis-ad
Leave A Reply

Your email address will not be published.