ସ୍ୱାଧୀନତା ର ୭୫ ବର୍ଷ ପରେବି ତଥାପି ଅବହେଳିତ ଫୁଲଝର ଗ୍ରାମ, ପ୍ରଶାସନର ନିଘା ନାହିଁ…

ନା ଗାଁ କୁ ଅଛି ରାସ୍ତା..? ନାଳପାଣିରେ ପାର ହେଉଛନ୍ତି ଗ୍ରାମବାସୀ

ରାଉରକେଲା: ବଣାଇଁ ଉପଖଣ୍ଡର ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ କୁର୍ଡା ପଞ୍ଚାୟତ ଅଧିନସ୍ଥ ଥିବା ମାତ୍ର ୬ କିଲୋମିଟର ଦୂରରେ ଅବସ୍ଥିତ ଫୁଲଝର ଗ୍ରାମ ଏବେବି ଅବହେଳିତ ଅବସ୍ଥାରେ ପଡି ରହିଛନ୍ତି ଗ୍ରାମବାସୀ ।ଉକ୍ତ ଗ୍ରାମରେ ଭୋଟର ସଂଖ୍ୟା ୨୫୦ ପାଖାପାଖି ରହିବା ବେଳେ ୭୦ରୁ ଉର୍ଦ୍ଧ୍ବ ପରିବାର ଏଠାରେ ବସବାସ କରୁଛନ୍ତି ।ତେବେ ଫୁଲଝର ଗ୍ରାମରୁ ଗୁଣ୍ଡିଚାନାଳି ଗ୍ରାମର ମୁଖ୍ୟ ରାସ୍ତାକୁ ମାତ୍ର ଅଧ କିଲୋମିଟର ସଂଯୋଗ କରୁଥିବା ବେଳେ ଏପଟେ ଫୁଲଝର ଗ୍ରାମରୁ ଖଟିଆଭାଗୁଂଣୀ ଗ୍ରାମର ମୁଖ୍ୟ ରାସ୍ତାକୁ ସଂଯୋଗ ୨ କିଲୋମିଟର ରାସ୍ତା । ତେବେ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ମାତ୍ର ଅଧ କିଲୋମିଟର ଦୂରରେ ଅବସ୍ଥିତ ଫୁଲଝର ଗ୍ରାମବାସୀ ବିଶେଷ କରି ବହୁ ବର୍ଷରୁ ଚେକ୍ ଡ୍ୟାମର ନାଳପାଣି ପାର ହୋଇ ଯାତାୟାତ ସୁବିଧା ପାଇ ପାରିଥାନ୍ତି ।ତେବେ ଫୁଲଝରରୁ ଖଟିଆଭାଗୁଂଣୀ ଗ୍ରାମକୁ ସଂଯୋଗ କରୁଥିବା ୨ କିଲୋମିଟରରୁ ଅଧିକ ହେବ ସମ୍ପୁର୍ଣ୍ଣ ମାଟି ରାସ୍ତା ରହିଛି । ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଉକ୍ତ ନାଳଟି ଆମ ପାଇଁ ସୁବିଧା ହୋଇଥାଏ ସେଥିପାଇଁ ଏହି ନାଳ ଦେଇ ପାର ହୋଇ ଯାତାୟାତ କରିଥାନ୍ତି କାହିଁକି ନା ଖୁବ୍ ଅଳ୍ପ ସମୟରେ ମଧ୍ୟରେ କୁର୍ଡା ପଞ୍ଚାୟତକୁ ବା ଅନ୍ୟାନ୍ୟ ଗ୍ରାମକୁ ଯିବା ଆସିବାରେ ସୁବିଧା ହୋଇଥାଏ । ତେବେ ଏହି ନାଳଟି ଗ୍ରାମବାସୀଙ୍କ ପାଇଁ କଳା ବର୍ଷା ଦିନିଆ ହେଲେ ଚେକ୍ ଡ୍ୟାମ ନାଳପାଣି ଉପରେ ଦେଇ ଯିବାକୁ ବଡ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି ।ତେବେ ଏହି ନାଳ ରାସ୍ତା ଅନ୍ୟ ସମୟରେ ଗ୍ରାମବାସୀ ଯାତାୟାତ ସୁବିଧା ପାଇଥାନ୍ତି । ତେବେ ଏହି

ସ୍ଥାନରେ ଉଚ୍ଚ ମାନର ପୋଲ ନିର୍ମାଣ ପାଇଁ ଏବିଷୟରେ ବହୁ ବାର ବିଭିନ୍ନ ଉପର ସ୍ତରର ଅଧିକାରୀ ତଥା ଜିଲ୍ଲାପାଳଙ୍କୁ, ଉପଜିଲ୍ଲାପାଳଙ୍କୁ, ଲହୁଣିପଡ଼ା ତହସିଲଦାରଙ୍କୁ, ବିଡିଓଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ କେହି ଦୁଷ୍ଟି ଆକର୍ଷଣ କରୁନାହାନ୍ତି ବୋଲି ଏଠାକାର ଲୋକେ କହିଛନ୍ତି। ଯେଉଁ ୨ କିଲୋମିଟର ରାସ୍ତା ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇଥିବାରୁ ଅଦିନିଆ ବର୍ଷା ହେଲେ ଯାତାୟାତରେ ବଡ ଅସୁବିଧା ହେଇଛି। କାହିଁକି ମାଟି କାଦୁଅ ପଚପଚ ରାସ୍ତା ହେଉଥିବାରୁ ଯାତାୟାତରେ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି ।ତେବେ ଏହି ମାଟି କାଦୁଅ ରାସ୍ତା ପାର ହେଲେ ଯାଇ ଲଣ୍ଡାମୁଣ୍ଡା ଗ୍ରାମରେ ଥିବା ପ୍ରଥମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ପାଠପଢିବାକୁ ଯାଇଥାନ୍ତି । ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଆମକୁ ଖୁବ ଅଳ୍ପ ସମୟରେ ମଧ୍ୟରେ ରାସ୍ତା ପଡୁଥିବାରୁ ଯାତାୟାତରେ ସୁବିଧା ମିଳି ଥାଏ। ତେବେ ଏହି ଚେକ୍ ଡ୍ୟାମର ନାଳ ପାଣି ଉପରେ ଏକ ଉଚ୍ଚ ମାନର ପୋଲ ନିର୍ମାଣ କରା ଯିବା ସହିତ ରାସ୍ତା ମରାମତି ପାଇଁ ସ୍ଥାନୀୟ ବାସିନ୍ଦା ଲୋକେ ଦାବି କରିଛନ୍ତି । ପ୍ରତାପ ମାହାନ୍ତ, ମହେଶ୍ବର ମାହାନ୍ତ, କୃର୍ଷ୍ଣ କିସାନ, ପୁରଷୋତ୍ତମ ମହାକୁଡ, ଯୁଗଲ କିଶୋର ମାହାନ୍ତ, ହୃଶୀକେଶ ମାହାନ୍ତ, ବାଣେଶ୍ଵର ମହାକୁଲ ସନୁ କିସାନ ପ୍ରମୁଖ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.