ଉଦ୍ୟୋଗୀ ଏବଂ କୌଶଳ ବିକାଶ ତାଲିମ ଶିବିର ଅନୁଷ୍ଠିତ…


ମାଲକାନଗିରି :- ଭାରତ ସରକାର ସୂକ୍ଷ୍ମ ଲଘୁ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ଓ ଗୁରୁପ୍ରିୟା ଉତ୍ପାଦକ ଗୋଷ୍ଠୀ ପୋଡ଼ଭଟା ମିଳିତ ଆନୁକୂଲ୍ୟରେ ପୋଡ଼ଭଟା ଗ୍ରାମରେ ଉଦ୍ୟୋଗୀ ଓ କୌଶଳ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ଉକ୍ତ ତାଲିମ ଶିବିରରେ ଉଦ୍ୟୋଗୀ ବିକାଶ ଓ ମହିଳା ଶଶକ୍ତିକରଣ ପାଇଁ ବାଣିଜ୍ୟ ବ୍ୟାପାର ସମ୍ବର୍ଦ୍ଧିତ କୌଶଳ ତାଲିମ ପ୍ରଦାନ କରିଥିଲେ । ଶିବିରରେ ଯୁବ ମହିଳାମାନେ ଉଦ୍ୟୋଗୀ ତାଲିମ ନେଇଥିଲେ । ଏହା ବ୍ୟତୀତ ଅମୃତ ମହୋତ୍ସବ ପାଳନ ଅବସରରେ ଏକ ରାଲି ଓ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ସମାରି ମୁଦୁଲୁ, ଲଳିତା ଗୋଲାରୀ, ବସନ୍ତ ଘଡେଇ, ଗୁରୁବାରୀ ମୋତି ଭାରତର ୭୫ ବର୍ଷ ପୂର୍ତ୍ତି ଅବସରରେ ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତାରାମ ଧ୍ୱନୀର ଗାନ କରିଥିଲେ । ମାଲକାନଗିରି ଭଳି ଆଦିବାସୀ ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଯୋଗୁଁ ବୃଦ୍ଧିଜୀବୀ ଏହାକୁ ବେସ ପ୍ରଶଂସା କରିଥିଲେ ।

nis-ad
Leave A Reply

Your email address will not be published.