ନିରପେକ୍ଷ ତଦନ୍ତ ପାଇଁ ଚିତ୍ରକୋଣ୍ଡା ଏସ ଡି ପି ଓ ଙ୍କ ବଦଳି ଦାବି କଲା କଂଗ୍ରେସ…

ମାଲକାନଗିରି : ମାଲକାନଗିରି ଜିଲ୍ଲା Rsc 13 ଗ୍ରାମରେ ଗତ ଜୁନ ମାସ 7 ତାରିଖ ଦିନ ଏସ ଡି ପି ଓ ଅଂଶୁମାନ ଦୁବେଦୀ ରାତି ଅଧିଆ ଘରେ ପଶି 4 ଜଣ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ କଂଗ୍ରେସ ବିରୋଧ କରିଥିଲା । ଏବଂ ଏହି ଘଟଣାକୁ ନେଇ ଅଂଶୁମାନ ଦୁବେଦୀ ନାମରେ କୋର୍ଟ ରେ 3 ଟି ମାମଲା ରୁଜୁ ହେବା ପରେ କୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତ ର ନିଷ୍ପତି ନେଇଥିଲା । କିନ୍ତୁ ଆଜି ପ୍ରଯ୍ୟନ୍ତ ଶ୍ରୀ ଦୁବେଦୀ ସେଠାରେ ରହି ତାଙ୍କ କାର୍ଯ୍ୟକୁ ସେମିତି ହିଁ କରୁଛନ୍ତି । ଯଦି ଏସ ଡି ପି ଓ ସେଠାରେ ରହିବେ ହେଲେ ସେଠାରେ କେବେ ହେଲେ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ। ତେଣୁ 15 ଦିନ ମଧ୍ୟରେ ଏସ ଡି ପ ଓ ଙ୍କ ବଦଳି କରାଯାଉ ବୋଲି କଂଗ୍ରେସ ଦାବି କରିଛି । ନ ହେଲେ ଆସନ୍ତା 2 ତାରିଖ ଠାରୁ ଏସ ପି ଅଫିସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ ।

nis-ad
Leave A Reply

Your email address will not be published.