ଚିତ୍ରକୋଣ୍ଡାର ବିଭିନ୍ନ ବିଦ୍ୟାଳୟରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ…

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ସ୍ଥିତ ଡିଏଭି ଗୁରୁକୁଲ ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଅଛି l ଆଜିର ପବିତ୍ର ଦିନରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ରୂପ ଯଥା କୃଷ୍ଣ, ରାଧା, ବଳରାମ ଏବଂ ଅନ୍ୟାନ୍ୟ ଭୂମିକାର ବେଶ ଭୁଷା ପରିଧାନ କରି ସୁ-ସଜ୍ଜିତ ବେଶରେ ପହଞ୍ଚି ବିଦ୍ୟାଳୟରେ ପବିତ୍ର ଜନ୍ମାଷ୍ଟମୀ ପାଳନ କରାଯାଇଥିବା ବେଳେ ଚିତ୍ରକୋଣ୍ଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଭୂମିକାରେ ସୁ-ସଜ୍ଜିତ ହୋଇ ବିଦ୍ୟାଳୟ ରେ ଜନ୍ମାଷ୍ଟମୀ ଉତ୍ସବକୁ ପାରମ୍ପରିକ ରୀତିରେ ପୂଜା ଵିଧି ସହ  ମହାସମାରୋହରେ ପାଳିତ ହେବା ସହିତ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ବାନାମ୍ବର ପ୍ରଧାନଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ସହର ତଥା କଲୋନୀରେ ରାଧା, କୃଷ୍ଣ, ବଳରାମ, ଗୋପାଳୁଣୀ ଓ ଅନ୍ୟ ଭୂମିକାରେ ସଜ୍ଜିତ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପରିକ୍ରମା କରି ଛାତ୍ର ଛାତ୍ରୀଙ୍କ ଆଗ୍ରହ, ଆନନ୍ଦ ଓ ଉତ୍ସାହ ନିମନ୍ତେ ପୁରସ୍କାର ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ l 

nis-ad
Leave A Reply

Your email address will not be published.