ଟାଟା ପାୱାର ଅଧିନରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର ; ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ରୋଜଗାରକ୍ଷମ ଓ ସ୍ୱାବଲମ୍ବୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି । କିନ୍ତୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପଖଣ୍ଡରେ ଥିବା ଟାଟା ପାୱାର ଅଧିନରେ କାର୍ଯ୍ୟରତ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ଏଥିରେ ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି । ଛତ୍ରପୁର ଉପଖଣ୍ଡର ଟାଟା ପାୱାର ଅଧିନରେ କାର୍ଯ୍ୟ କରୁଥିବା ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ବିଦ୍ୟୁତ ଦେୟ ଆଦାୟ ନିମନ୍ତେ ଦାୟିତ୍ୱ ଦିଆଯାଇଛି । ତେବେ ସେମାନଙ୍କ ବିଦ୍ୟୁତ ଦେୟ ଆଦାୟ ସମ୍ପର୍କିତ ବିଭିନ୍ନ ସମସ୍ୟା ନେଇ ବୁଧବାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ବହୁ ସଦସ୍ୟା ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ଭେଟି ପ୍ରଦାନ କରିଛନ୍ତି । ପୂର୍ବରୁ ସେମାନେ ଦେଇଥିବା ସିକ୍ୟୁରିଟି ଡିପୋଜିଟ କୁ ତୁରନ୍ତ ଫେରସ୍ତ କରିବା, ବିଦ୍ୟୁତ ଦେୟ ଆଦାୟ ରେ ବ୍ୟବହୃତ ହେଉଥିବା ଏମପିଓଏସ ମେସିନ ର ବ୍ୟବହାର କୁ ନେଇ ସଠିକ୍ ତାଲିମ ପ୍ରଦାନ କରିବା, ବିଦ୍ୟୁତ ଦେୟ ଆଦାୟ କରିବା ପାଇଁ ପ୍ରଦାନ କରାଯାଉଥିବା ୩୦ ହଜାର ଟଙ୍କାକୁ ବୃଦ୍ଧି କରିବା, ଟଙ୍କା ଜମା କରିବା ପାଇଁ ଛତ୍ରପୁର ର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ବ୍ୟାଙ୍କ ଅପ୍ ଇଣ୍ଡିଆ, ଖଲ୍ଲିକୋଟ ଏବଂ ରମ୍ଭା ପାଇଁ କିଉସ୍କୋ ଏସବିଆଇ ଯୋଗାଇଦେବା ପାଇଁ ସେମାନେ ଏହି ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି । ଯାହା ଫଳରେ ସେମାନେ ସେମାନଙ୍କ ଟଙ୍କାକୁ ନିଜ ନିଜ ଅଂଚଳରେ ଜମା କରିପାରିବେ । ପୂର୍ବରୁ ଏନେଇ ସେମାନେ ବାରମ୍ବାର ଉଚ୍ଚ କର୍ତ୍ତୁପକ୍ଷ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ଏଣୁ ସେମାନେ ବାଧ୍ୟ ହୋଇ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଲକ୍ଷ୍ମୀ କୁମାରୀ ନାହାକ, ଅନୁସୟା ନାୟକ, ସଂଯୁକ୍ତା ସାହୁ, ସଂଯୁକ୍ତା ନାହାକ, ସୌଦାମିନୀ ପଣ୍ଡା, ଉର୍ମିଳା ପ୍ରଧାନ, ସବିତା ରେଡ୍ଡୀ, ଏସ୍‌. ଜ୍ୟୋତି ରେଡ୍ଡୀଙ୍କ ସମେତ ଏସଏଚଜି ଗୋଷ୍ଠୀର ବହୁ ସଦସ୍ୟା ମାନେ ସାମିଲ ଥିଲେ ।

nis-ad
Leave A Reply

Your email address will not be published.