ଭାରତୀୟ ଜୀବନ ବୀମା ନିଗମ ଛତ୍ରପୁର ଶାଖାର ସହାୟତାଙ୍କ ବିୟୋଗ

ଛତ୍ରପୁର : ଭାରତୀୟ ଜୀବନ ବୀମା ନିଗମ ଛତ୍ରପୁର ଶାଖା ର ସହାୟତା ତପନ କୁମାର ସାହୁ (୫୫) ଙ୍କ ମଙ୍ଗଳ ବାର ରାତ୍ର ୯ ଘଣ୍ଟ ସମୟରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି l ତାଙ୍କର ବିୟୋଗରେ ଛତ୍ରପୁର ଶାଖା କାର୍ଯ୍ୟାଳୟ ପରିସରରେ ଶାଖା ପ୍ରବନ୍ଧକ ସନ୍ତୋଷ କୁମାର ସାମନ୍ତରାୟ ଙ୍କ ଅଧକ୍ଷତାରେ ଶୋକ ସଭା ଅନୁଷ୍ଟିତ ହୋଇଯାଇଛି, ସ୍ବର୍ଗତ ସାହୁଙ୍କ ଆମର ଆତ୍ମା ର ସଦ ଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା, ଉପସ୍ଥିତ ଥିବା ଅଧିକାରି, କର୍ମଚାରୀ, ଉନ୍ନୟନ ଅଧିକାର ଓ ଅଭିକର୍ତା ମାନେ ସ୍ମୃତି ଚାରଣ କରିବାସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ, ଏଥିରେ ଶାଖା ପ୍ରବନ୍ଧକ (ବିକ୍ରୟ) ସୁବାଷ ଚନ୍ଦ୍ର ବେହେରା, ସହ ଶାଖା ପ୍ରବନ୍ଧକ ବିଜୟ କୁମାର ସେଠୀ, ପ୍ରଶାସନିକ ଅଧିକାରୀ ପ୍ରବୀର୍ ତ୍ରିପାଠୀ, କର୍ମଚାରୀ ସଂଘ ର ନେତା ସନ୍ତୋଷ କୁମାର ରଥ , ସନାତନ ଆଚାର୍ଯ୍ୟ, ସୁରେଶ ଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ସହାୟକ ରବୀନ୍ଦ୍ର ରଥ, ଶିବରାମ ନାହାକ, ଉନ୍ନୟନ ଅଧିକାର ଶରତ ଚନ୍ଦ୍ର ସାହୁ, ସୁମନ୍ତ କୁମାର ସେଠୀ ସମେତ ଶାଖାର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ,

nis-ad
Leave A Reply

Your email address will not be published.