ଛତ୍ରପୁର(୧୭.୦୮) : ଆର୍ମି ରିକ୍ରୂଟମେନ୍ଟ ଅଫିସ,ଗୋପାଳପୁର ଜଣାଇଛନ୍ତି ଯେ ଦକ୍ଷିଣାଞ୍ଚଳ ର ୧୦ଟି ଜିଲ୍ଲା ଯଥା ବୌଦ୍ଧ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା ଜିଲ୍ଲାର ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ୦୧ ନଭେମ୍ବର ୨୦୨୨ ତାରିଖ ଠାରୁ ୦୭ ନଭେମ୍ବର ୨୦୨୨ ତାରିଖ ପର୍ଯ୍ୟନ୍ତ ଅଗ୍ନିପଥ ଯୋଜନା ରେ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏଣୁ ଯୋଗ୍ୟ ପ୍ରାର୍ଥୀ ମାନେ ଏହି ୱେବସାଇଟ www.joinindianarmy.nic.in ରେ ଲଗ୍ ଇନ କରି ଅଧିକ ସୂଚନା ପାଇ ପାରିବେ ।ଏଥି ପାଇଁ ଅନଲାଇନ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ ଏବଂ ଏହା ୦୫ ଅଗଷ୍ଟ ୨୦୨୨ ରୁ ୦୩ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରା ଯାଇଛି । ରାଲ୍ଲୀ ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ପ୍ରାର୍ଥୀଙ୍କର ଏଡମିଟ କାର୍ଡ(ପ୍ରବେଶ ପତ୍ର) ରେଜିଷ୍ଟାର୍ଡ ଇ-ମେଲ ଜରିଆରେ ପଠାଯିବ ବୋଲି ଆର୍ମି ରିକ୍ରୂଟମେନ୍ଟ ଅଫିସର, ଗୋପାଳପୁର ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post