ସୁନ୍ଦରଗଡ଼ ବିଜେପି ପାଳନ କଲା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀଙ୍କ ପୁଣ୍ୟତିଥି

ସୁନ୍ଦରଗଡ଼ : ଭାରତୀୟ ଜନତା ପାର୍ଟି, ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ଼ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଭୋଜପୁର ଠାରେ ଭାରତୀୟ ରାଜନୀତି ର ଅଜାତଶତୃ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚତୁର୍ଥ ପୁଣ୍ୟତିଥି ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅତିଥି ଭାବରେ ସଦର ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ପୂର୍ବତନ ସୁନ୍ଦରଗଡ଼ ବିଧାୟିକା ସୁଷମା ପଟେଲ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସାଂସଦଙ୍କ ଜିଲ୍ଲା ପ୍ରତିନିଧି ବଟକିଶୋର ମିଶ୍ର ଜିଲ୍ଲା ସାଧାରଣ ସମ୍ପାଦକ ଯଶବନ୍ତ ନାଏକ ସୁଖଲାଲ ମୁଣ୍ଡା ଅମୀର ନାଏକ ବରିଷ୍ଠ ବିଜେପି ନେତା ଭେଷଜ ରଥ ପ୍ରମୁଖ ଯୋଗଦେଇ ସ୍ବର୍ଗତଃ ବାଜପେୟୀ ଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭାବପୁର୍ଣ ଶ୍ରଦ୍ଧାଞ୍ଜଳି ଜଣେଇଥିଲେ । ଅତିଥି ଗଣ ସ୍ବର୍ଗତଃ ବାଜପେୟୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ଏବଂ ତାଙ୍କର ଦୁଃସାହସିକ କାର୍ଯ୍ୟ ଓ ବିଚକ୍ଷଣ ବୁଦ୍ଧି ତଥା ଶତ୍ରୁର ମନକୁ ଅତି ସହଜରେ ଜିଣି ପାରିବା ଭଳି ଗୁଣକୁ ଆଜିର ଯୁବ ସମାଜ ନିଜ ଜୀବନରେ କାର୍ଯ୍ୟ କରି ଦେଖେଇବାକୁ କାର୍ଯ୍ୟକର୍ତା ଙ୍କୁ ଉଦବୋଧନ ଦେଇଥିଲେ ।ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ସର୍ବଦା ଜନମାନସରେ ରହିବେ । ଏହି ସଭାରେ ନଗର ମଣ୍ଡଳ ସଭାପତି ଅଶୋକ ସାହୁ ଜିଲ୍ଲା ସ୍ୱଚ୍ଛ ଭାରତ ସଂଯୋଜକ ସୁରେନ୍ଦ୍ର ସ୍ୱର୍ଣ୍ଣକାର ମଣ୍ଡଳ କାର୍ଯ୍ୟକାରୀ ସଭାପତି ସ୍ୱରୂପ ରଞ୍ଜନ ପାତ୍ର ରାଜ୍ୟ ମୋର୍ଚ୍ଚା ସଂଯୋଜକ ମିନା ନାଏକ ରୂପେଶ ପଟେଲ ରାଜା କାକ ଯୁବ ମୋର୍ଚ୍ଚା ସଭାପତି ଅମୀୟ ପଟ୍ଟନାୟକ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅନୁପମା ଟପ୍ପୋ ହିମାନୀ ପାଢ଼ୀ ମନୋଜ ପୁରୋହିତ ଭୋଳାନାଥ ପଟେଲ ଜଗବନ୍ଧୁ ଭୋଇ ମନୀଷ ପଟେଲ ଅଞ୍ଜନା ପଟେଲ କାନନଵାଲା ବେହେରା ସଚିତାନନ୍ଦ ପଟେଲ ଯଦୁମଣି ପଟେଲ ସୁନିଲ ପଟେଲ କାଉନସିଲର ରମେଶ ସୋରେଙ୍ଗ ବିଶାଳ କୁମୁରା ମିତ୍ରଭାନୁ ପଟେଲ ଘନଶ୍ୟାମ ରଣା ଶ୍ରୀକାନ୍ତ ଭଞ୍ଜ ରାଜ ଭଟ୍ଟାଚାର୍ୟ ଚନ୍ଦ୍ରଭାନୁ ଜୁରା ନିହାର ରଞ୍ଜନ ନାଏକ ସୋନୁ ଦାଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.