ଚାଷୀଙ୍କଠୁ ୩୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଲ୍ୟାମ୍ପ୍ ଏମ୍‌ଡି

କୋରାପୁଟ : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଆଲମଣ୍ଡା ଲ୍ୟାମ୍ପର ଏମଡି ଆର ରାମାକ୍ରିଷ୍ଣା ଧାନ ଚାଷୀଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଖରିଫ ଋତୁରେ ଚାଷୀଙ୍କ ନାମ ପଞ୍ଜିକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ଏମଡି ଧରାପଡିଛନ୍ତି । ଏନେଇ ଭିଜିଲାନ୍ସ ପକ୍ଷରୁ ଲ୍ୟାମ୍ପ୍ ଏମଡିଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ କରୁଥିବା ଜୟପୁର ଭିଜିଲାନ୍ସ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.