ଆଇଟିଆଇ ଛାତ୍ରଙ୍କୁ ମାଡ଼ ଘଟଣା ପ୍ରତିବାଦରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବାରିପଦା : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ବାଇଗଣ ବାଡିଆ ରିତୟିନୀ ବୈଷୟିକ ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଙ୍କୁ ନିର୍ଯାତନା ଘଟଣାରେ ବିଭିନ୍ନ ସଂଗଠନ ପକ୍ଷରୁ ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଛାତ୍ର ମାନଙ୍କୁ ନ୍ୟାୟ ପ୍ରଦାନ ଓ ମାଡ ମାରିଥିବା କଲେଜ କର୍ତ୍ତୃପକ୍ଷଙ୍କୁ ଗିରଫ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଥିଲା ।

ଏଥିରେ ମାସା ଆର୍ମି ଓଡ଼ିଶା, ଭଞ୍ଜସେନା, ପେସା ଗ୍ରାମସଭା,ଜେଏମଏମ,ବାସା, ମାଝୀପାରଗାନା ସେମଲେଦ,ଦଳିତ ଆଦିବାସୀ ସଂଘ, ଆମ ଆଦମି ପାର୍ଟି ଓ ଓଡିଶା ଆଦିବାସୀ ଅଧିକାର ମଞ୍ଚ ସମେତ ଏକାଧିକ ସଂଗଠନ ସାମିଲ ହୋଇଥିଲେ ।

ସେପଟେ ବନ୍ଦ ପାଳନ ସମୟରେ ମୁରଗାବାଡି ଓ ପାଲବଣୀ ଅଞ୍ଚଳରୁ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିଲା । ଫଳରେ ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଗାଡି ଗୁଡିକ ଚଳାଚଳ ସ୍ବାଭାବିକ ହୋଇଛି ।

ସୂଚନା ଅନୁସାରେ, ଗତ କିଛି ଦିନ ପୂର୍ବରୁ ବାଇଗଣବାଡିଆ ରିତୟନୀ ବୈଷୟିକ ଶିଳ୍ପ ତାଲିମ କେନ୍ଦ୍ରରେ ଆଦିବାସୀ ଛାତ୍ରଙ୍କୁ କୌଣସି ଏକ ଘଟଣାକୁ ନେଇ କଲେଜ କର୍ତ୍ତୃପକ୍ଷ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ପରେ ଛାତ୍ରମାନେ ନ୍ୟାୟ ପାଇବା ପାଇଁ ଥାନାର ଦ୍ବାରସ୍ତ ହୋଇଥିଲେ । ଏପରିକି ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲେ ମଧ୍ୟ ସେମାନଙ୍କୁ ନ୍ୟାୟ ମିଳି ନ ଥିଲା । ପରେ ନିର୍ଯାତନାର ଶିକାର ହୋଇଥିବା ଛାତ୍ରଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଗେଇ ଆସିଥିଲେ ।

nis-ad
Leave A Reply

Your email address will not be published.