ପ୍ରକାଶ ପାଇଲା ଯୁକ୍ତ ୨ ନାମଲେଖା ପାଇଁ କଟ୍ ଅଫ୍ ମାର୍କ ତାଲିକା

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ୨ ନାମଲେଖା ପାଇଁ କଟ୍ ଅଫ୍ ମାର୍କ ତାଲିକା। ୨୦୨୨-୨୩ ଶିକ୍ଷାବର୍ଷରେ ଯୁକ୍ତ ୨ ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି।

ତାଲିକା ଅନୁସାରେ, ବିଜ୍ଞାନ ଓ ବାଣିଜ୍ୟରେ କଟକ ସ୍ଥିତ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କଳାରେ କୃଷ୍ଣପ୍ରସାଦ ସ୍ଥିତ କନ୍ଦାଖାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶୀର୍ଷରେ ରହିଛି।

ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୪.୩୩% ସହ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶୀର୍ଷରେ ରହିଛି। ଏହାସହିତ ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ଏସ୍‌ଭିଏମ୍ ଦ୍ବିତୀୟ ସ୍ଥାନରେ ରହିଛି । ୯୩% କଟ୍‌ ଅଫ୍ ମାର୍କ ସହ ଭୁବନେଶ୍ବର ସ୍ଥିତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଛି ।

nis-ad
Leave A Reply

Your email address will not be published.