ସ୍କୁଲ ପିଲାମାନେ କୋଦାଳ ଧରି ସ୍କୁଲ ସମୟରେ କାମ କରିବା ଘଟଣା : ମିଛ ଖବର ପରିବେଷଣ କୁ ନେଇ ଗ୍ରାମବାସୀ ଉଦବେଗ..!

ଦୁଇ ସଚେତନ ଆଦର୍ଶ ଛାତ୍ର…

ଉମରକୋଟ: ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ଓଡ଼ଣ୍ଡୀ ଗ୍ରାମରେ ଥିବା ପ୍ରାଇମାରୀ ସ୍କୁଲ ଶିକ୍ଷକଙ୍କ ନାମରେ ଯେଉଁ ଖବର ବିଗତ ଦିନରେ ଏକ ନିର୍ଦ୍ଧିଷ୍ଟ ନିଉଜ୍ ତଥା ରାଇଘର ଅଞ୍ଚଳ ରେ ପବ୍ଲିକ ଆପ ଜରିଆରେ ପ୍ରସାରଣ ହୋଇଥିଲା ତାହା ସମ୍ପୂର୍ଣ ଭିତ୍ତିହୀନ ଭଳି ଏକ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି । ପ୍ରକାଶ ଥାଉ କି ବିଦ୍ୟାଳୟର ଯେଉଁ ପିଲାମାନେ କାମ କରୁଥିଲେ ସେମାନେ ହେଲେ ଜିତେନ୍ଦ୍ର ଗଣ୍ଡ ପିତା ସୁକାଳୁ ଗଣ୍ଡ, ସୁରେନ୍ଦ୍ର ଗଣ୍ଡ ପିତା ପାଣ୍ଡୁ ଗଣ୍ଡ । ସମ୍ପୃକ୍ତ ଛାତ୍ରଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଉତ୍ତର ରଖିଥିଲେ ଯେ ସେମାନେ ସ୍କୁଲ ଛୁଟି ହେବା ପରେ ସ୍ଵତଃପ୍ରବୃତ୍ତ ଭାବେ ଉକ୍ତ କାର୍ଯ୍ୟ କରିଛନ୍ତି । ସେମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେଭଳି କୌଣସି ନିର୍ଦ୍ଦେଶ ଦିଆଯାଇ ନଥିଲା । କାରଣ ସ୍କୁଲ ସମ୍ମୁଖରେ ଥିବା ରାସ୍ତା ଟି ଲଗଣା ବର୍ଷା ଯୋଗୁ ପାଣି ଜମି ଖରାପ ହୋଇଯିବା କାରଣ ରୁ ଯିବା ଆସିବା ଅସୁବିଧା ହେଉଥିଲା ଉକ୍ତ ସ୍ଥାନରେ ତା ପୂର୍ବରୁ ବିଦ୍ୟାଳୟର ଦୁଇ ଜଣ ସହପାଠୀ ପଡ଼ି ସେମାନେ ଆଘାତ ପାଇଥିଲେ,ତେଣୁ ସ୍କୁଲ ଛୁଟି ପରେ ସେମାନେ ନିଜେ ନିଜ ଦାୟିତ୍ୱରେ ସ୍କୁଲ ଆଗରେ ଥିବା ଜଣେ ଭଦ୍ର ବ୍ୟକ୍ତି ରାମଲାଲ ଗଣ୍ଡ ମହାଶୟଙ୍କ ନିକଟରୁ ଦଶ ଗାମଲା ମୁରୁମ ଆଣି ଉକ୍ତ ପାଣି କାଦୁଅ ରାସ୍ତାରେ ମୁରୁମ ପକାଇଛନ୍ତି । ଯାହାକି ଏହା ଏକ ମହତ କାମ କହିଲେ ଚଳେ କେବଳ ଶିକ୍ଷକ ନୁହଁ ଛାତ୍ର ଛାତ୍ରୀ ମାନଙ୍କ ଏହିଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ଉଚ୍ଚିତ l ସ୍କୁଲ ପରିବେଶ ସଫା ରଖିବା ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ ଏଥିରେ ପ୍ରଧାନ ଶିକ୍ଷକ ଆଦୌ ସଂଶ୍ଳିଷ୍ଟ ନଥିବା ଅନୁସନ୍ଧାନ ରୁ ଜଣା ପଡିଛି ପ୍ରତ୍ୟେକ କଥାରେ ଶିକ୍ଷକ ମାନଙ୍କ ଉପରେ ଦୋଷ ଲଦିବା କେତେ ଦୂର ଯଥାର୍ଥ ବୋଲି ଅଞ୍ଚଳ ବାସୀ କହିଛନ୍ତି ଏବଂ ଏହାକୁ ନେଇ ସେହି ଭଦ୍ର ବ୍ୟକ୍ତି ଯାହାଠାରୁ ପିଲାମାନେ ମୋରମ ମାଗି

ଆଣିଥିଲେ ସେ ଠିକ ବିଦ୍ୟାଳୟ ସମ୍ମୁଖରେ ଗୋଟିଏ ଦୋକାନ ବି ଦେଇଛନ୍ତି ଯାହାକୁ ନେଇ ରାମଲାଲ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି ଯେ , ଶିକ୍ଷକଙ୍କ ନାମରେ ଯୋଉଁ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା ସେ ସବୁ ସମ୍ପୂର୍ଣ ମିଛ କଥା, ସ୍କୁଲ ଛୁଟି ପରେ ତାଙ୍କୁ ସ୍କୁଲ ପିଲାମାନେ ମୁରୁମ ମାଗି ପକାଇଛନ୍ତି ଶିକ୍ଷକଙ୍କ ଏଥିରେ କୌଣସି ଦୋଷ ନାହିଁ । ତେବେ ସୂଚନା ଥାଉକି ରାମଲାଲ ଗଣ୍ଡ ଯିଏ କି ଏହି ଓଡ଼ଣ୍ଡୀ ଗ୍ରାମର ମୁଖିଆ ଭାବେ ୨୫ ବର୍ଷ ଧରି ୱାର୍ଡ ମେମ୍ବର ଦାୟିତ୍ଵ ତୁଲାଇ ଆସୁଥିଲେ । ଏହା ଛଡ଼ା ତାଙ୍କ ଅଗୋଚରରେ ଗଣମାଧ୍ୟମର ଏଭଳି ଆକ୍ରୋଶ ମୂଳକ ଭାବେ ପ୍ରସାରଣ ନିଶ୍ଚିତ ଭାବେ ଉଦବେଗ ଜନକ ବୋଲି ସେ ପ୍ରକାଶ କରିଛନ୍ତି । ସେପଟେ ଘଟଣା ପ୍ରତି ନିଜ ପକ୍ଷ ରଖିବାକୁ ଯାଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୋତିରାମ ଗଣ୍ଡ, ଉପସଭାପତି ସୁଖରାମ ଗଣ୍ଡଙ୍କ ସମେତ ଗ୍ରାମର ଗ୍ରାମବାସୀ କୋଚରୁ ଗଣ୍ଡ,ୱାର୍ଡ ମେମ୍ବର ସଗୁ ଗଣ୍ଡ,ଗସିୟା ଗଣ୍ଡ,ଧାନସୟ ଗଣ୍ଡ,ବ୍ରଜନାଥ ଗଣ୍ଡ ପ୍ରମୁଖ ଗଣମାଧ୍ୟମର ଏଭଳି ମନମାନୀ ପ୍ରସାରଣକୁ ଦୃଢ଼ ନିନ୍ଦା କରିବା ସହିତ ଗଣମାଧ୍ୟମ ଉପରେ ବର୍ଷିଛନ୍ତି । ପାଠ ପଢ଼ା ଠାରୁ ଆରମ୍ଭ କରି ସ୍ୱଚ୍ଛତା, ପରିବେଶ ସବୁ କ୍ଷେତ୍ରରେ ସ୍କୁଲ ର ନା ରହିଥିବା ବେଳେ ଏହି ପରି ଶସ୍ତା ସମ୍ବାଦ ପରିବେଷଣ କୁ ନେଇ ନିନ୍ଦା କରିବା ସହିତ ସାମ୍ବାଦିକ ମାନେ ମଧ୍ୟ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ମଣ ଗାର ମଧ୍ୟରେ ରହି କାମ କରିବା ଉଚ୍ଚିତ ଏବଂ ସମାଜ ପ୍ରତି ଦିଗଦର୍ଶନ ଦେବା ଆବଶ୍ୟକ, ବ୍ୟକ୍ତି ଗତ ଆକ୍ରୋଶ ନରଖି ଗଣମାଧ୍ୟମ ଭୂମିକା ଓ କର୍ତ୍ତବ୍ୟ ପ୍ରତି ଧ୍ୟାନ ଦେବା ଉଚିତ ବୋଲି ଅଞ୍ଚଳର ସାଧାରଣ ଓ ବୁଦ୍ଧି ଜିବୀ ମତ ଦେଇଛନ୍ତି l

nis-ad
Leave A Reply

Your email address will not be published.