ଗୁଡ଼ସେଡ ନିକଟରେ ଶ୍ରମିକ ମୃତ

ଛତ୍ରପୁର :  ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗୁଡସେଡ ସ୍ଥିତ ସିମେଣ୍ଟ ଗୋଦାମ ନିକଟରେ ଜଣେ ଶ୍ରମିକ ମୃତ୍ୟୁ ଘଟିଛି । ପୋଲିସ କହିବା ଅନୁସାରେ ଫୁଲୁଟା ଗ୍ରାମର ପପୁ ସାସମଲ ନାମକ ଜୈନକ ପ୍ରତିଦିନ ପରି ଗତକାଲି ମଜୁରୀ ପାଇଁ ଜଗନ୍ନାଥ ପୁର ଗୁଡ ସେଡ ଯାଇ କାମ କରିବା ସମୟରେ ହଟାତ ଅଚେତ ହୋଇପଡିଲେ ।  ପାଖରେ କାମ କରୁଥିବା କିଛି ଶ୍ରମିକ ପପୁ କୁ ଧରି ବ୍ରହ୍ମପୁର ବଡ଼ ମେଡିକାଲ କୁ ଯାଇଥିଲେ ସେଠାରେ ଡାକ୍ତର ପପୁ କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଚାମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧାତା ଙ୍କ ନିର୍ଦ୍ଦେଶ କ୍ରମେ ଜଗନ୍ନାଥ ପୁର ବିଟ୍ ହାଉସ ଅଧିକାରୀ ଅରୁଣ କୁମାର ରାଉତ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ ମାମଲା ରୁଜୁ କରି (୪/୨୨) ପରିବାର କୁ ମୃତ ଦେହ ହସ୍ତାନ୍ତର କରିଛନ୍ତି।

nis-ad
Leave A Reply

Your email address will not be published.