ମୁଖ୍ୟମନ୍ତ୍ରୀଙ୍କ ଉପ ସଚିବଙ୍କ ହିଞ୍ଜିଳିକାଟୁ ଗସ୍ତ

ହିଞ୍ଜିଳିକାଟୁ (୧୪।୮) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଉପ ସଚିବ ଶୁଭ୍ରାଂଶୁ ମିଶ୍ର ରବିବାର ହିଞ୍ଜିଳିକାଟୁ ଗସ୍ତ କରିଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଉପସ୍ଥିତ ଥିଲେ। ହିଞ୍ଜିଳିକାଟୁ ପୌରପରିଷଦ ରେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଉଭୟ ଅଧିକାରୀ ଙ୍କୁ ସ୍ଵାଗତ କରିଥିଲେ। ପରେ ଅଞ୍ଚଳର ଉନ୍ନତି ପ୍ରସଙ୍ଗରେ ଏକ ବୈଠକ ପରିଷଦର ସଭା ଗୃହରେ ହୋଇଥିଲା। ଏଥିରେ ତହସିଲଦାର ପ୍ରଭାତ କୁମାର ପରିଡ଼ା ,କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କ ସମେତ ଅଧ୍ୟକ୍ଷ, ଉପାଧ୍ୟକ୍ଷା କାଉନସିଲର ବିଜେଡ଼ି ନଗର ସଭାପତି ଭୀମସେନ ବେହେରା, ଯୁବ ସଭାପତି ସଞ୍ଜୟ ପଣ୍ଡା, ଦେବାନନ୍ଦ ମହାପାତ୍ର, ପ୍ୟାରୀମୋହନ ପାଢ଼ୀ, ଯୁଧିଷ୍ଠିର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସହରାଞ୍ଚଳ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଉପରେ ଏକ ଆଲୋଚନା ସଭା ହୋଇଥିଲା। ବିଭିନ୍ନ ଜନ ହିତକାରୀ କାର୍ଯ୍ୟ ନିମନ୍ତେ ଜନ ପ୍ରତିନିଧି ଓ ବୁଦ୍ଧିଜୀବିମାନେ ବୈଠକରେ ଉପସ୍ଥାପନ କରିଥିଲେ । ଉତ୍ତମ କାର୍ଯ୍ୟ ଠିକ ସମୟରେ ସମ୍ପାଦନ ନିମନ୍ତେ ଉପସଚିବ ମିଶ୍ର ଓ ଅତିରିକ୍ତ ଜିଲ୍ଲାପାଳ ପୃଷ୍ଟି ଗୁରୁତ୍ୱାରୋପ କରିଥିଲେ।


nis-ad
Leave A Reply

Your email address will not be published.