ବର୍ଷାରେ ବେହାଲ କଟକ, ଭୁଶୁଡିଲା ପୁରାତନ କୋଠା

କଟକ:ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ କଟକ । ଏହି ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ପୁରାତନ କୋଠା । କଟକର ମଣିସାହୁ ଛକରେ ଥିବା ଏକ ବହୁ ପୁରାତନ କୋଠା ଭୁଶୁଡି ପଡିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ କଟକ ମଣିସାହୁ ଛକରେ ଥିବା ଏକ ପୁରାତନ କୋଠା ଗତକାଲି ବିଳମ୍ବତ ରାତିରେ ହଠାତ୍ ଭୁଶୁଡି ପଡିଥିଲା । ଭୁଶୁଡି ପଡିଥିବା ଘରଟି ଭ୍ରମରବର ସାହୁଙ୍କର ବୋଲି ଜଣାପଡିଛି । ତେବେ ଏହି ଘଟଣାରେ କାହାର ଧନ ଜୀବନ ହାନି ହୋଇ ନଥିବା ସୂଚନା । ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏହି କ୍ଷୟକ୍ଷତି ଘଟିଥିବା ନେଇ ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.