ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି, ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର

ଲଘୁଚାପ ଜନିତ ବର୍ଷାରେ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆଖୁଆପଦା ଠାରେ ଥିବା ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ଏହା ୧୭.୯୬ ମିଟର ଉପରେ ପ୍ରବାହିତ ହେଉଛି। ବର୍ତ୍ତମାନ ସୁଦ୍ଧା ନଦୀର ବନ୍ୟାଜଳ ଏସ୍‌କେପ ଦେଇ ନିଷ୍କାସନ ହୋଇପାରିନାହିଁ।

ସେହିପରି ଭଦ୍ରକ ସହର ଦେଇ ପ୍ରବାହିତ ସାଳନ୍ଦୀ ନଦୀର ଜଳସ୍ତର ଗତ ଚାରି ଦିନ ଧରି ବଢ଼ି ବଢ଼ି ଚାଲିଛି। ହଦଗଡ଼ ଡ୍ୟାମ୍‌ରୁ ତିନିଟି ଗେଟ୍‌ ଯୋଗେ ୨୪ଶହ କ୍ୟୁସେକ୍‌ ଜଳ ସାଳନ୍ଦୀ ନଦୀକୁ ଛଡ଼ାଯାଉଛି। ଏହା ଫଳରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସାଳନ୍ଦୀ ଓ ଏହାର ଶାଖା ନଦୀ ନାଳିଆରେ ବନ୍ୟା ପାଣି ଆସି ଭଦ୍ରକ ବ୍ଲକର ଅର୍ଣ୍ଣପାଳ, ବିଷ୍ଣୁପୁର ବିନ୍ଧା, ଏବଂ ତିହିଡି ବ୍ଲକର ତଳଗୋପ ବିନ୍ଧା, ବାରୁଆ, ବିଲନା ଆଦି ପଞ୍ଚାୟତର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିଛି। ଫଳରେ ଧାନ ଚାଷ ସଂପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ସାଳନ୍ଦୀ ନଦୀର ବନ୍ୟା ପାଣି କୁ ନେଇ ଚାଷୀ ଓ ନଦୀ ତଟ ଅଞ୍ଚଳର ଲୋକେ ଆତଙ୍କିତ ହୋଇଛନ୍ତି।

nis-ad
Leave A Reply

Your email address will not be published.