ମାଓଗଡ଼ ଶହୀଦ ସ୍ତମ୍ଭରେ ଉଡିଲା ତ୍ରିରଙ୍ଗା

ମାଲକାନଗିରି : ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଦାରଲାବେଡା , ଖଜୁରୀଗୁଡା , ବିହନଗୁଡି , ଧୂଳିପୁଟ ଗାଁ ରେ ଥିବା ମାଓ ସହିଦ ସ୍ତମ୍ଭ ଉପରେ ତ୍ରିରଙ୍ଗା ପତାକା ଉଡ଼ାଇ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ପୂର୍ବରୁ ମାଓ ଗଡ଼ ଭାବେ ପରିଚିତ ଏହି ଗ୍ରାମଗୁଡ଼ିକରେ ଭୟରେ ଲୋକେ ଜୀବନ ଅତିବାହିତ କରିଆସୁଥିବା ବେଳେ ବର୍ତମାନ ବିଏସଏଫ କ୍ୟାମ୍ପ ଓ ଥାନା ପ୍ରତିଷ୍ଠା ପରେ ଶାନ୍ତିରେ କାଳାତିପାତ କରୁଛନ୍ତି । ଯେଉଁ ଅଞ୍ଚଳରେ ଦିନେ ଲାଲ ଆତଙ୍କ ସହ ଉଡୁଥିଲା ମାଓବାଦୀଙ୍କ ପତାକା ସେହି ଅଞ୍ଚଳରେ ଆଜି ଉଡୁଛି ତ୍ରିରଙ୍ଗା ପତାକା । ଗ୍ରାମବାସୀମାନେ ବିନା ଭୟରେ ମାଓବାଦୀଙ୍କ ଶହୀଦ ସ୍ମୃତି ସ୍ତମ୍ବ ଉପରେ ଠିଆ ହୋଇ ଗ୍ରାମବାସୀମାନେ ବିଭିନ୍ନ ସ୍ଲୋଗାନ ଦେଇ ତ୍ରିରଙ୍ଗା ପତାକା ଉଡାଇଛନ୍ତି ।

nis-ad
Leave A Reply

Your email address will not be published.