ସ୍ଵାଧୀନତାର ଅମୃତ ମହୋତ୍ସବ ସମ୍ବନ୍ଧରେ ଆଲୋଚନାଚକ୍ର

ବ୍ରହ୍ମପୁର (୧୪/୮) : ବ୍ରହ୍ମପୁରସ୍ଥ ରାମହରିନଗର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ବନବାସୀ କଲ୍ୟାଣ ଆଶ୍ରମ ଗଂଜାମ ଶାଖା ଓ କମାପଲ୍ଲୀ ସପ୍ତାହିକ ମିଳନର ମିଳିତ ଆନୁକୂଲ୍ୟରେ ସ୍ଵାଧୀନତାର ଅମୃତ ମହୋତ୍ସବ ସମ୍ବନ୍ଧରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମଞ୍ଚାସୀନଥିଲେ ସାପ୍ତାହିକ ମିଳନର ସଭାପତି ମୋହନ ପଣ୍ଡା, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଭାଗ ସଂଘଚାଳକ ଆସିକା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ: ଭଗବାନ ତ୍ରିପାଠୀ,ଅବରସପ୍ରାପ୍ତ ଅଧ୍ୟାପକ ଡ: ପ୍ରକାଶଚନ୍ଦ୍ର ପାଣିଗ୍ରାହୀ,ସରସ୍ବତୀ ଶିଶୁମନ୍ଦିରର ସମ୍ପାଦକ ସୁରେଶଚନ୍ଦ୍ର ବିଷୋୟୀ,ଏବଂ ଆଲୋଚନାଚକ୍ରକୁ ସଞ୍ଚାଳନ କରୁଥିଲେ ବନବାସୀ କଲ୍ୟାଣ ଆଶ୍ରମ ବ୍ରହ୍ମପୁର ନଗର ଶାଖାର ସମ୍ପାଦକ ଶ୍ରୀଯୁକ୍ତ କୁମୁଦଚନ୍ଦ୍ର ସାମଲ।ଆଲୋଚନାରେ ଭାଗନେଇ ସ୍ଵାଧୀନତା ଆନ୍ଦୋଳନରେ ଭାଗନେଇଥିବା ବନବାସୀ ବିର୍ସାମୁଣ୍ଡାଙ୍କ ଉପରେ ଶ୍ରୀଯୁକ୍ତ ରବିନାରାୟଣ ବେହେରା, ସହିଦ୍ ଲକ୍ଷ୍ମଣ ନାୟକଙ୍କ ଉପରେ ଶ୍ରୀଯୁକ୍ତ ପ୍ରମୋଦ କୁମାର ବାଜୁବନ୍ଧ,ବୀର ସୁରେନ୍ଦ୍ର ସାଏଙ୍କ ଉପରେ ଶ୍ରୀଯୁକ୍ତ ପ୍ରକାଶଚନ୍ଦ୍ର ପାତ୍ର,ଚକରା ବିଷୋୟୀଙ୍କ ଉପରେ ସୁରେଶ ବିଷୋୟୀ,ଧରଣୀଧର ଭୂୟାଁଙ୍କ ଉପରେ ବନବାସୀ କଲ୍ୟାଣ ଆଶ୍ରମର ଗଞ୍ଜାମ ବିଭାଗ ପୂର୍ଣ୍ଣକାଳୀନ ଦାୟିତ୍ଵରେ ଥିବା ଶ୍ରୀମାନ୍ ପୀତବାସ ପଣ୍ଡା, ସମାଜ ସେବୀ ସରିତା ପଣ୍ଡା ବନବାସୀ ମାନଙ୍କ ପ୍ରତି ଆମର କର୍ତ୍ତବ୍ୟ, ବିଜୁପଟ୍ଟକ ହୋମିଓପ୍ୟାଥିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡା ପ୍ରଶାନ୍ତ ପତି ବନବାସୀ କଲ୍ୟାଣ ଆଶ୍ରମର ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ ଶେଷରେ ବିଶ୍ଵନାଥ ଦାଶ ଧନ୍ୟବାଦ ପ୍ରଦାନକରି ଥିଲେ |

nis-ad
Leave A Reply

Your email address will not be published.