ଚିତ୍ରକୋଣ୍ଡାର ଏକାଧିକ ବିଦ୍ୟାଳୟରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ସ୍ଥାନୀୟ ଚିତ୍ରକୋଣ୍ଡା ସ୍ଥିତ ଡ଼ିଏଭି ଗୁରକୁଲ ତରଫରୁ ୭୫ ତମ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଡ଼ିଏଭି ଗୁରୁକୁଳର ଅଧ୍ୟକ୍ଷା ରାଜଲଷ୍ମୀ ଦାସ ତଥା ମିସ ସରସ୍ବତୀ ଖରା ଓ ମିନି ନାୟକ ଏବଂ ସମସ୍ତ ମିସ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହିତ ପରିଚାଳନା କରିଥିବାର ଜଣା ପଡ଼ିଛି । ଏହି କାର୍ଯ୍ୟକ୍ରମରେ ଡ଼ିଏଭି ଗୁରୁକୁଳର ସମସ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନେ ତ୍ରିରଙ୍ଗା ପତାକା ଧରି ଚିତ୍ରକୋଣ୍ଡା କଲୋନୀ ତଥା ସହରର ମୁଖ୍ୟ ରାଜରାସ୍ତାରେ ଶୋଭାଯାତ୍ରା ମାଧ୍ୟମରେ ବ୍ୟାନର ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ସେଇ ଭଳି ଚିତ୍ରକୋଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟ, ଟେମ୍ପରାରି କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ୭୫ ତମ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥି ସହିତ ନିଶା ମୁକ୍ତ ଭାରତ ଅଭିଯାନ ମାଧ୍ୟମରେ ଛାତ୍ର ଛାତ୍ରୀ ଶପଥ ପାଠ କରିବା ସହିତ ହାତରେ ତ୍ରିରଙ୍ଗା ପତାକା ଓ ବିଭିନ୍ନ ପୋଷ୍ଟର ବ୍ୟାନର ଧରି ପଦଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ ସ୍ୱାଧୀନତା ଦିନର କଥାକୁ ମନେ ପକାଇବା ପାଇଁ ଅମୃତ୍ ମହୋତ୍ସବ ପାଳନ କରିଥିଲେ l

nis-ad
Leave A Reply

Your email address will not be published.