ବନ ସୁରକ୍ଷା ସମିତି ଦ୍ଵାରା କଙ୍ଗାରୁ କୋର୍ଟ : ଆଦିବାସୀଙ୍କ ମକ୍କା ଫସଲ ନଷ୍ଟ ଓ ଜାଳି ଦିଆଗଲା ବାସ ଗୃହ …

ରାଇଘର ଅଞ୍ଚଳ ରେ ବିଗତ ଦିନରେ ଘଟିଯାଇଥିବା ଗୁଳି କାଣ୍ଡ ଘଟଣାର ପୁନରାବୃତ୍ତି ହେବନିତ…?


ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟ କପସାଭଟା ଅଞ୍ଚଳ ରେ ପ୍ରାୟ ୨୫ ଗୋଟି କନ୍ଧ ଆଦିବାସୀ ପରିବାର ଦୀର୍ଘ ୩୫ ବର୍ଷ ହେଲା ଜଙ୍ଗଲ ଜମି ଦାଖଲ କରି ନିଜ ଗୁଜରାଣ ମେଣ୍ଟାଇ ଆସୁଥିଲେ ଥିଲେ କିନ୍ତୁ ଆଜି ଜଙ୍ଗଲ କିସମ ଚାଷ ଜମି ମଧ୍ୟର ୩୦ ଏକର ମକ୍କା ଫସଲ କୁ ଆଜି ବନ ବିଭାଗ ଦ୍ଵାରା ଗଠିତ କୁସୁମଗୁଡ଼ା ଓ ସିର୍ଲିଗୁଡ଼ା ଗ୍ରାମ ବନ ସୁରକ୍ଷା ସମିତି ( VSS) ଏବଂ ସ୍ଥାନୀୟ ବିଜେପି,ବିଜେଡ଼ି କୁଜି ନେତା ଙ୍କ ଦ୍ଵାରା ତିରିଶ ଏକର ଜମିର ଫସଲ ଗରୁ ଖୁଆଇ ନଷ୍ଟ କରିଦିଆଗଲା ଓ କିଛି ବାସଗୃହ କୁ ମଧ୍ୟ ନିଆଁ ଲଗାଇ ଜାଳି ଦିଆଯାଇ ଅଛି ଯେଉଁଥିରେ କି ଧାନ, ବହି, ବିଛଣା , ଖଟ, ଛତା , ଚାଉଳ , ପାସକ ଓ ପାଣି ହାଣ୍ଡି ସବୁ ଜଳି ପଡ଼ି ନଷ୍ଟ ହେଇ ଯାଇଛି , ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ଆଇନ୍ ୨୦୧୨ ନିୟମ କୁ ଉଲଂଘନ କରି ଏବଂ ୧୯୯୬ ପେଶା ଆଇନ୍ କୁ ଉଲଂଘନ କରି ଏହି ଭଳି ଆଇନ କୁ ହାତକୁ ନେଇ ଧନ ଜୀବନ ନଷ୍ଟ କରିବା ଅଧିକାର ଦେଲା କିଏ..? ଯାହାକୁ ନେଇ ଅଞ୍ଚଳ ର ବୁଦ୍ଧିଜୀବି ଓ ସାଧାରଣ ରେ ଚର୍ଚ୍ଚା ହେଲାଣି, ଏଠାରେ ସୂଚନା ଥାଉକି ଏହି ଭଳି ୨00୧ ମସିହାରେ ଜମି ଜୁମା ବିବାଦ କୁ ନେଇ ରାଇଘର ବ୍ଲକ ରେ ଗୁଳି କାଣ୍ଡ ହୋଇଥିଲା ଯାହାକି ସମଗ୍ର ଓଡିଶା ଏହି ଗୁଳି କାଣ୍ଡ କୁ ନେଇ ଦୋହଲି ଯାଇଥିଲା ଆଜିର ଏହି ଘଟଣା ତାହାର ପୁନାରବୃତ୍ତି ହେବାନିତ..? ଯାହାକୁ ନେଇ ସମଗ୍ର ଜିଲ୍ଲା ରେ ଚର୍ଚ୍ଚା ହେବାରେ ଲାଗିଲାଣି l ଆଜିର ଏହି ଘଟଣା ଘଟିବା ମାସେ ପୂର୍ବରୁ ବିଜେପି,ବିଜେଡ଼ି କୁଜି ନେତା ଓ ଉକ୍ତ vss କମିଟି ପକ୍ଷରୁ ଏହି ଭଳି ଘଟଣା ଘଟାଇବା ନିମନ୍ତେ

କପସାଭଟା ଗ୍ରାମବାସୀଙ୍କୁ ଧମକ ଦେଇଥିଲେ ଏବଂ ଉକ୍ତ ଧମକ ପରେ କପସାଭଟା ଗ୍ରାମବାସୀ ନିଜ ଫସଲ ର ସୁରକ୍ଷା ଓ ନିଜ ସୁରକ୍ଷା ନିମନ୍ତେ ଉମରକୋଟ ଥାନା ଅଧିକାରୀ ଙ୍କୁ ଏକ ଲିଖିତ ଅଭିଯୋଗ ଦେଇଥିଲେ ଏବଂ ଥାନା ଅଧିକାରୀ ମଧ୍ୟ ଉଭୟ ପକ୍ଷକୁ ଥାନାକୁ ଡ଼କାଇ କୌଣସି ପ୍ରକାର ହିଂସା ବା ଗଣ୍ଡଗୋଳ ନକରିବା ସହ କେହି ମଧ୍ୟ କାହାର ଫସଲ ନଷ୍ଟ କରିବ ନାହିଁ ବୋଲି କହି ତାଗିଦ୍ କରି ଛାଡ଼ିଥିଲେ , ଉଭୟ ପକ୍ଷ ଥାନା ଅଧିକାରୀଙ୍କ କଥା ମାନିବୁ କହି ପ୍ରତିଶୃତି ଦେଇ ଚାଲି ଯାଇଥିଲେ , କିନ୍ତୁ ଆଜି ହଠାତ୍ କୁସୁମଗୁଡ଼ା ଓ ସିର୍ଲିଗୁଡ଼ା ବନସୁରକ୍ଷା ସମିତି ଏବଂ ସ୍ଥାନୀୟ ବିଜେପି,ବିଜେଡ଼ି କୁଜି ନେତାଙ୍କ ନେତୃତ୍ୱରେ ଆଜି ଉଭୟ ଗ୍ରାମର ପ୍ରାୟ ୨୦୦-୩୦୦ ଜଣ ମହିଳା ପୁରୁଷ ହାତରେ ଟାଙ୍ଗିଆ , ଠେଙ୍ଗା ଧରି ଶହ ଶହ ଗୋରୁ ଆଣି ପ୍ରାୟ ୩୦ ଏକର ମକ୍କା ଫସଲ କୁ ନଷ୍ଟ କରିଥିଲେ ଓ ଗ୍ରାମ ଚାରିପାଖ ଘେରାଉ କରି ଜଗିଥିଲେ , ଯିଏ ଘରରୁ ବାହାରକୁ ଆସିବ ତାକୁ ଜୀବନରେ ମାରିଦେବୁ କହି ଗାଁ ଚାରିପାଖ ଘେରି ରହିଥିଲେ , ଏହିଭଳି ଘଟଣା ପ୍ରାୟ ୧୦:୩୦ ଘଣ୍ଟା ଠାରୁ ୧୨:୩୦ ଘଣ୍ଟା ଯାଏ ଚାଲିଥିଲା , ଗ୍ରାମବାସୀଙ୍କ ପକ୍ଷରୁ ୧୦୧ ନମ୍ବର କୁ ଫୋନ୍ ଯିବାରୁ ଉମରକୋଟ ପୋଲିସ ଏବଂ ଉମରକୋଟ ରୁ କିଛି ମିଡ଼ିଆ କର୍ମୀ ଆସି ଗାଁ ରେ ପହଞ୍ଚିଲେ , ବର୍ତ୍ତମାନ ଉକ୍ତ କପସାଭଟା ଗ୍ରାମବାସୀ ବହୁତ୍ ଭୟଭିତ ଅବସ୍ଥାରେ ରହି ଅଛନ୍ତି ଏହି ଗ୍ରାମ ର ଫସଲ ନଷ୍ଟ କରିବା ପରେ ଉକ୍ତ କମିଟି ନିକଟସ୍ଥ ଗ୍ରାମ ସେମିଲିଗଡରା ଓ ସରିଆଭଟା ଗ୍ରାମର ମକ୍କା ଫସଲ ନଷ୍ଟ କରିବା ନିମନ୍ତେ ଚାଲିଗଲେ ବୋଲି ଜାଣିବାକୁ ପାଇଅଛୁ, ଉଲ୍ଲେଖ ଥାଉ କି ଏହି ପରି ଯଦି କଙ୍ଗାରୁ କୋର୍ଟ ଚାଲିବ ହେଲେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେଇ ପାରେ, ପୋଲିସ ବିଭାଗ ର ଗୋଇନ୍ଦା ବିଭାଗ ମଧ୍ୟ ଏଠାରେ ଫେଲ ମାରିଛି କହିଲେ କିଛି ଭୁଲ ହେବ ନାହିଁ, ଏବେ ଏହି ପଞ୍ଚମ ଅନୁସୂଚିତ ଜନ ଜାତି କନ୍ଧ ମାନଙ୍କ ଦୁଃଖ ବୁଝିବ କିଏ ତାହା ଦେଖିବାକୁ ବାକି ରହିଲା l ଜିଲ୍ଲା ପ୍ରଶାସନ ଏହାକୁ କିଭଳି ନେଉଛି ଓ ଆଜିର ଏହି କଙ୍ଗାରୁ କୋର୍ଟ ପଛରେ ଯେଉଁ ମାନଙ୍କ ହାତ ଥାଉନା କାହିଁକି ତୁରନ୍ତ ସେମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ ପରିସ୍ଥିତି ଅଣଆୟତ୍ତ ହୋଇପାରେ ବୋଲି ଆଶା କରାଯାଉଛି, ପୋଲିସ ସମଗ୍ର ଅଞ୍ଚଳ କୁ ଏକ ପ୍ରକାର ସେନା ଛାଉଣୀ କରିଦେଇଛି ଏବଂ ଅଂଚଳରେ ତୀକ୍ଷ୍ଣ ଦୃଷ୍ଟି ରଖିଛି..

nis-ad
Leave A Reply

Your email address will not be published.