ବିଶ୍ବ ଅଙ୍ଗଦାନ ଦିବସ ଅବସରରେ ସୁରଜ ପୁରସ୍କାର ପ୍ରଦାନ ପ୍ରତିଟି ଜୀବନ ଆମପାଇଁ ମୂଲ୍ୟବାନ

ଛତ୍ରପୁର (୧୩ /୦୮) : ଅଙ୍ଗ ଦାନ ଏକ ମହତ ଦାନ । ପ୍ରତିବର୍ଷ ଅଗଷ୍ଟ,୧୩ ତାରିଖ ଦିନଟିକୁ ବିଶ୍ୱ ଅଙ୍ଗ ଦାନ ଦିବସ ରୂପେ ପାଳନ କରାଯାଉଛି । ମୃତ୍ୟୁ ପରେ ମୃତ ବ୍ୟକ୍ତିଙ୍କ ସୁସ୍ଥ ଏବଂ ମୂଲ୍ୟବାନ ଅଙ୍ଗ ଦାନ କରିବା ନେଇ ଲୋକଙ୍କ ମଧ୍ୟରେ ସଚେତନତା ଓ ଉତ୍ସାହ ସୃଷ୍ଟି କରିବା ଏହି ଦିବସର ତାତ୍ପର୍ଯ୍ୟ । ୨୦୨୦ ମସିହାରେ, ଗଞ୍ଜାମ ଜିଲ୍ଲାର ସ୍ୱର୍ଗତ ସୁରଜ ବେହେରାଙ୍କ ପିତାମାତା ସୁରଜଙ୍କ ମୃତ ମସ୍ତିଷ୍କ, ପୁଅର ୬ ଗୋଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ (ଉଭୟ କିଡନୀ, ଯକୃତ, ହୃଦୟ ଏବଂ ଉଭୟ ଆଖି) ଦାନ କରି ଏକ ପ୍ରେରଣାଦାୟକ ତଥା ଆଦର୍ଶ ମାନବିକ କାର୍ଯ୍ୟ କରିଯାଇଛନ୍ତି ଏବଂ ତାଙ୍କରି ନାମରେ ଏହି ପୁରସ୍କାର ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସୁରଜ ଯୋଜନା ଅନୁଯାୟୀ, ମୃତବ୍ୟକ୍ତିଙ୍କ ଅଙ୍ଗ ଦାତାଙ୍କ ପରିବାରକୁ ତିନି ଅଙ୍ଗ, କିଡନୀ କିମ୍ବା ଯକୃତ ମଧ୍ୟରୁ ଗୋଟିଏ କିମ୍ବା ଅଧିକ ଦେଉଥିବା ପରିବାର ବର୍ଗଙ୍କୁ ପାଞ୍ଚଲକ୍ଷ ଟଙ୍କା ନଗଦ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି । ଶନିବାର ଜିଲ୍ଲାପାଳଙ୍କ ଓସ୍ବାନ ହଲ୍ ଠାରେ ବିଶ୍ବ ଅଙ୍ଗଦାନ ଦିବସ ପାଳିତ ହୋଇଯାଇଛି ।

ରାଜ୍ୟସ୍ତରୀୟ ଏହି ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅଙ୍ଗଦାନ ପ୍ରଦାନ କରୁଥିବା ପରିବାର ବର୍ଗଙ୍କ ତ୍ୟାଗର ତୁଳନା ନଥିବା ପ୍ରକାଶ କରି ଅଙ୍ଗଦାନ ଦ୍ବାରା ଅନେକ ଜୀବନ ରକ୍ଷା ହୋଇପାରୁଥିବା ଅବଗତ କରାଇଥିଲେ । ପରିବାର ବର୍ଗ ନିଜ ପରିବାର ସଦସ୍ୟଙ୍କ ଅଙ୍ଗଦାନ କରିବା ନିମନ୍ତେ ଆଗ୍ରହ ପ୍ରକାଶ କଲେ ମୃତ ବ୍ୟକ୍ତି ଅମର ହୋଇ ରହିଯାଆନ୍ତି । ଫାଇଭ୍-ଟି ସଚିବ କାର୍ତ୍ତିକେୟ ପାଣ୍ଡିଆନ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶା ବିଧାନ ସଭାର ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ହସ୍ତରେ ଚଳିତ ବର୍ଷର ସୁରଜ ପୁରସ୍କାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଅଲାଡିର ସ୍ବର୍ଗତ ସୁଶୀଲ ସାହୁଙ୍କ କିଡନୀ, ଲଙ୍ଗସ୍, ଚକ୍ଷୁ, ହାର୍ଟ ଦାନ କରିଥିବା ଯୋଗୁଁ ତାଙ୍କ ପତ୍ନୀ ପିଙ୍କି ସାହୁଙ୍କୁ ପାଞ୍ଚଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା । ସେହିପରି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ନୀଳାଞ୍ଚଳ ନଗରର ସ୍ବର୍ଗତ ସିଦ୍ଧି ସମୃଦ୍ଧି ଙ୍କର ଦୁଇ ଗୋଟି କିଡନୀ ଦାନ କରିଥିବା ହେତୁ ତାଙ୍କ ପିତା ଶ୍ରୀ ସପନ କୁମାର ବିନ୍ଧାଣୀଙ୍କୁ ପାଞ୍ଚଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇ ସେହି ଅମର ଆତ୍ମା ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।ବାଚସ୍ପତି ଶ୍ରୀ ଆରୁଖ୍ ନିଜ ବକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍ରକର ଏହି ପ୍ରୟାସ ଆମ ମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ମହତ କାର୍ଯ୍ୟରେ ପରିବାର ବର୍ଗ ଆଗେଇ ଆସି ଅନ୍ୟ ଏକ ଜୀବନ ସରକ୍ଷିତ ରଖିବା ପାଇଁ ଆହ୍ବାନ ଦେଇଥିଲେ । ଏହି ମହତ୍ କାର୍ଯ୍ୟ ସକାଶେ ସେହି ଦୁଇ ଅମର ଆତ୍ମାକୁ ଆମର ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଜିଲ୍ଲା ସ୍ତରୀୟ ଉତ୍ସବକୁ ପରିଚାଳନା କରି ସୁରଜ ପୁରସ୍କାରର ଉଦ୍ଦେଶ୍ୟ ଏବଂ ଏହି ଦିଗରେ ଅନ୍ୟ ପରିବାର ବର୍ଗଙ୍କୁ ପ୍ରୋତ୍ସାହନ ମିଳିଲେ ଲୋକଙ୍କ ଅମୂଲ୍ୟ ଜୀବନ ସୁରକ୍ଷିତ ରହିବା ସହିତ ସେମାନେ ବି ବଞ୍ଚି ପାରିବେ ବୋଲି ମତବ୍ଯକ୍ତ କରିଥିଲେ ।


ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁକାନ୍ତ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.