ସାମ୍ଭାବ୍ୟ ଲଘୁଚାପ ବର୍ଷାକୁ ନେଇ ବାଘଲଟି ଉପ ବିଭାଜନ ପକ୍ଷରୁ ସତର୍କ ସୂଚନା

ଚିକିଟି : ଭାରତୀୟ ପାଣିପାଗ ବିଭାଗ ତରଫରୁ ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହୋଇ ପ୍ରବଳ ବର୍ଷା ହେବା ସମ୍ଭାବନା ନେଇ ସୁଚନା ମିଳିବା ପରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲ ନୁଆଗଡ ଅନ୍ତର୍ଗତ ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ ବାହୁଦା ନଦୀ କୂଳରେ ଅବସ୍ଥିତ ଗ୍ରାମମାନଙ୍କ ଜନ ସାଧାରଣ ଙ୍କୁ ସତର୍କ ସୂଚନା ଜାରି ହୋଇଛି। ଲଘୁଚାପ ଯୋଗୁଁ ବାଘଲଟି ଜଳ ଭଣ୍ଡାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଉପର ମୁଣ୍ଡରେ ବର୍ଷା ହେଲେ ଜଳ ଭଣ୍ଡାର ଜଳ ଭର୍ତ୍ତି ହୋଇପାରେ।ଜଳ ଭଣ୍ଡାର ଜଳ ଧାରଣ କ୍ଷମତା ୧୦୬ ମିଟର ରହିଥିବା ବେଳେ ୧୦୩.୭୮ ମିଟର ପାଣି ପହଁଚିଛି।ବର୍ଷା ହୋଇ ଜଳପତନ ବୃଦ୍ଧି ଘଟିଲେ ବଳକା ଜଳ ତଳକୁ ଛଡ଼ାଯିବ। ଏଣୁ ଯେକୋୖଣସି ମୁହୁର୍ତ୍ତ ରେ ଜଳବୃଦ୍ଧି ଘଟିଲେ ଉଚ୍ଚ କତ୍ତୃପକ୍ଷ ଙ୍କ ପରାମର୍ଶ କ୍ରମେ ବର୍ଷା ପାଣି ନଦୀକୁ ଛଡ଼ା ଯିବ ତେଣୁ ବାହୁଦା ନଦୀ କୂଳରେ ରହିଥିବା ସମସ୍ତ ଗ୍ରାମର ଲୋକମାନଙ୍କୁ ଚିକିଟି ଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ସେମାନେ ଏଥିପ୍ରତି ସତର୍କ ରହିବା ସହ ସେମାନଙ୍କ ଗୃହ ପାଳିତ ପଶୁ ମାନଙ୍କୁ ନଦୀ ଗର୍ଭକୁ ଛାଡିବେ ନାହିଁ କିମ୍ବା ସେମାନେ ନଦୀ ଗର୍ଭକୁ ବ୍ୟବହାର କରିବେ ନାହିଁ ବୋଲି ସତର୍କ କରାଯାଇଛି। ଏ ନେଇ ଅଞ୍ଚଳର ଲୋକ ପ୍ରତିନିଧି ସରକାରୀ ଅଧିକାରୀ ଙ୍କୁ ଅବଗତ କରାଯାଇଛି।ଜନ ସାଧାରଣ ସହଯୋଗ କରିବାକୁ ଜଳ ସେଚନ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।ଯଦି ଏହି ନିର୍ଦ୍ଦେଶ କୁ ଅବମାନନା କରି କୈାଣସି ଧନ ଜୀବନ କ୍ଷତି ଘଟେ ତାହାହେଲେ କତ୍ତୃପକ୍ଷ ଦାୟି ରହିବେ ନାହିଁ ବୋଲି ବାଘଲଟି ଉପ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ପ୍ରକାଶ ଷଡ଼ଙ୍ଗୀ ଓ ଚିକିଟି ଅଧିକ୍ଷଣ ଯନ୍ତ୍ରୀ ସଞ୍ଜିବ କୁମାର ଦାସଶର୍ମା ସୁଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.