ପୁରୀ ମୁଖ୍ୟ କାରାଗାରରେ କଏଦୀ ଙ୍କ ଆତ୍ମହତ୍ୟା

ପୁରୀ: ପୁରୀର ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ସୂଚନା । ମୃତ ଯୁବକ ଜଣକ ହେଉଛି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଶିଶାପୁର ଗ୍ରାମର ବିଶ୍ବନାଥ ବାରିକ । ବାଥରୁମ୍ ରେ ବେକରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିବା ସୂଚନା । ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇଛି ତାହା ଜଣା ପଡି ନାହିଁ ।

ତେବେ ସୂଚନା ଅନୁସାରେ ଏକ ବଳାତ୍କାର ମାମଲା ରେ ବିଶ୍ଵନାଥ ଗତ ୦୩-୦୫-୨୦୨୨ ତାରିଖରୁ ଜେଲରେ ଥିଲେ । ଜିଲ୍ଲା ମୁଖ୍ୟ ଜେଲରେ କଡା ସୁରକ୍ଷା ଭିତରେ କଏଦୀଙ୍କର ଆତ୍ମହତ୍ୟା ଜେଲ ପୋଲିସ ଓ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁରୀ ପୋଲିସ ଏନେଇ ତଦନ୍ତ କରୁଥିବା ସୂଚନା ମିଳିଛି। 

nis-ad
Leave A Reply

Your email address will not be published.