ଭାରତର ପ୍ରଧାନ ବିଚାରପତିଙ୍କୁ କ’ଣ ମାଗଣା ଦିଆଯାଏ ? ଆରଏଲଡି ନେତା ଜୟନ୍ତ ଚୌଧୁରୀଙ୍କ ପ୍ରଶ୍ନ

ନୂଆଦିଲ୍ଲୀ : ରାଜନୈତିକ ଦଳମାନେ ପ୍ରଦାନ କରୁଥିବା ବିଭିନ୍ନ ମାଗଣା ବଣ୍ଟନ ସ୍କିମକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଥିବାବେଳେ ଖୋଦ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଟାର୍ଗେଟ୍ କରିଛନ୍ତି ରାଷ୍ଟ୍ରୀୟ ଲୋକଦଳ ନେତା ଜୟନ୍ତ ସିଂ ଚୌଧୁରୀ । ଏକ ଟୁଇଟ କରି ସେ ପ୍ରଶ୍ନ କରିଛନ୍ତି ଯେ ଭାରତର ପ୍ରଧାନ ବିଚାରପତିଙ୍କୁ କେଉଁ କେଉଁ ‘ମାଗଣା’ ଦିଆଯାଇଥାଏ ?
ସେ ମଧ୍ୟ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି ପକ୍ଷରୁ କୁହାଯାଇଥିଲା ଯେ ଅଧିକାଂଶ ମାଗଣା ବଣ୍ଟନ ସ୍କିମ ସଂପର୍କରେ ନିର୍ବାଚନୀ ଘୋଷଣାପତ୍ରରେ ଉଲ୍ଲେଖ ନଥାଏ । ବିଜେପିକୁ ଜବାବ ଦେଇ ସେ କହିଛନ୍ତି, ଏକଥା ବିଜେପି ପାଇଁ ସତ ହୋଇଥାଇପାରେ, ଆମ ପାଇଁ ନୁହେଁ । ଆମେ ଲୋକମାନଙ୍କ ମତାମତ ନେଇ ଘୋଷଣାପତ୍ର ପ୍ରସ୍ତୁତ କରୁ । ଯେଉଁ ଦଳମାନେ ଘୋଷଣାପତ୍ର ପ୍ରକାଶ ନ କରି ନିର୍ବାଚନ ପ୍ରଚାର କରନ୍ତି ସେମାନଙ୍କ ପାଇଁ ଏହି ସମସ୍ୟା ହୋଇଥାଏ ।
ଗୁରୁବାରଦି ସୁପ୍ରିମକୋର୍ଟ କହିଥିଲେ, ଜନ କଲ୍ୟାଣମୂ​ଳକ ସ୍କିମ୍ ଓ ମାଗଣା ବଣ୍ଟନ ମଧ୍ୟରେ ଏକ ତଫାତ୍ ରହିଛି । ଆମକୁ ଅର୍ଥନୀତି ଓ ସମାଜ କଲ୍ୟାଣ ମଧ୍ୟରେ ଏକ ଭାରସାମ୍ୟ ରଖିବା ରଖିବା ଆବଶ୍ୟକ । ତେବେ ଅଯଥା ଓ ଅଯୁକ୍ତିକର ମାଗଣା ସ୍କିମ ଘୋଷଣା କରୁଥିବା ରାଜନୈତିକ ଦଳଙ୍କ ମାନ୍ୟତା ପ୍ରତ୍ୟାହାର ନେଇ କୌଣସି ନିର୍ଦ୍ଦେଶ ଦିଆଯିବ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମନ୍ନା ଓ ଜଷ୍ଟିସ କୃଷ୍ଣ ମୂରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଦେଇଥିଲେ ।

nis-ad
Leave A Reply

Your email address will not be published.