ଲଗାଣ ବର୍ଷାରେ ଭୁଶୁଡ଼ିଲା ସେତୁ, ଯାତାୟତ ବାଧାପ୍ରାପ୍ତ

ବାଲେଶ୍ବର: ଲଘୁଚାପ ବର୍ଷାରେ ବେହାଲ ହୋଇଛି ରାଜ୍ୟର ବିଭିନ୍ନ ସ୍ଥାନ । କେଉଁଠି ରାସ୍ତାରେ ପାଣି ଚାଲିଲାଣି ତ କେଉଠି ପୋଲ ଭୁଶୁଡିଲାଣି । ଲଗାଣ ବର୍ଷାରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ କଳା ମାଟିଆ ପାହି ଅଞ୍ଚଳରେ କୋଷ୍ଟ କେନାଲ ଉପରେ ନିର୍ମାଣ ହୋଇଥିବା ଏକ ସେତୁ ଲଗାଣ ବର୍ଷାରେ ଭୁଶୁଡି ପଡ଼ିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

କୋଷ୍ଟ କେନାଲ ଉପରେ ସେତୁ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇଥିଲା । ଦୀର୍ଘ ବର୍ଷର ଦାବି ପରେ ନିର୍ମାଣ ହୋଇଥିଲା ସେତୁ । ହେଲେ ସେତୁଟିକୁ ତରବରିଆ ନିର୍ମାଣ ଓ ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ ଯୋଗୁଁ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହେଇ ଆସୁଥିଲା । ଆଉ ଆଜି ଲଗାଣ ବର୍ଷାରେ ସେତୁଟି ଭୁଶୁଡି ଯିବା ପରେ ନିମ୍ନମାନର କାମ ନେଇ ହୋଇଥିବା ଅଭିଯୋଗ ସତ ପ୍ରମାଣିତ ହୋଇଛି ।

ସେତୁ ନିର୍ମାଣବେଳେ ସ୍ଥାନୀୟ ଲୋକେ ନିମ୍ନମାନର କାର୍ଯ୍ୟ ହେଉଥିବା ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ କତ୍ତୃପକ୍ଷ ଏହାକୁ ଗୁରୁତ୍ବ ଦେଇ ନଥିଲେ । ସେତୁର ନିର୍ମାଣ ଶୈଳୀରେ ତ୍ରୁଟିକୁ ନେଇ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଲଗାଣ ବର୍ଷାରେ ସେତୁଟି ଭୁଶୁଡି ଯିବା ଯୋଗୁଁ ଯାତାୟତରେ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.