“ହର ଘର ତ୍ରିରଙ୍ଗା” ବାଲିମେଳା ବି.ଏସ.ଏଫ୍. ଯବାନଙ୍କ ଦ୍ଵାରା ନଗର ପରିକ୍ରମା

ବାଲିମେଳା:(୧୦/୦୮) : ଆଜି ମାଲକାନଗିରି ଜିଲ୍ଲାର ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୁଲ୍ୟରେ ବି.ଏସ.ଏଫ୍. ଯବାନଙ୍କ ତରଫରୁ “ହର୍ ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ମାଧ୍ୟମରେ ଏକ ବିଶାଳ ରାଲି ନଗର ପରିକ୍ରମା ସହ ସମସ୍ତ କାର୍ଯ୍ୟାଳୟ, ବ୍ୟବସାୟୀ ଓ ସାଧାରଣ ଜନତା ଙ୍କୁ ୭୫ ତମ ସ୍ବାଧନତା ଦିବସ ପାଳନ ସମ୍ପର୍କରେ ସଚେତନତାର ବାର୍ତ୍ତା ସଞ୍ଚରଣ କରିଥିଲେ l ଆଜାଦିର ଅମୃତ କାଳରେ ପାଳନ ହେବାକୁ ଯାଉଥିବା ସ୍ଵାଧୀନତା ଦିବସ ବାସ୍ତବିକ ଅତ୍ୟନ୍ତ ରୋମାଞ୍ଚକ ଅନୁଭବ ଦେବ ବୋଲି ବାଲିମେଳାର ବୁଦ୍ଧିଜୀବୀ ମତ ବ୍ୟକ୍ତ କରିଛନ୍ତି ।

nis-ad
Leave A Reply

Your email address will not be published.