ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ସ୍ଥିତି ଅନୁଧ୍ୟାନ କଲେ 5 ଟି ସଚିବ

ଭୁବନେଶ୍ୱର (୧୦/୦୮) : ଭୁବନେଶ୍ୱର ର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି | ଗାଡ଼ି ମୋଟର ସଂଖ୍ୟା ରେ ମଧ୍ୟ୍ୟ ବୃଦ୍ଧି ଘଟୁଛି | ଏହା ଦ୍ୱାରା Traffic ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି | ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶରେ 5 ଟି ସଚିବ ଭିକେ ପାଣ୍ଡିଆନ ଆଜି ବଡି ଭୋରରୁ ଶିଶୁ ଭବନ ଛକ, ରବି ଟକିଜ ଛକ, କଳ୍ପନା ଚ୍ଛକ, ବେହେରା ସାହି ଛକ, ରସୁଲଗଡ ଛକ ଓ଼ ଆଇଗିଣିଆ ଛକ ଆଦି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ଓ ପ୍ରଶାସନ ଏବଂ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ | ଏହି ପରିଦର୍ଶନ ସମୟରେ ପୋଲିସ କମିଶନର ଶ୍ରୀ ଏସ ପ୍ରିୟଦର୍ଶୀ, ପୂର୍ତ ସଚିବ ଶ୍ରୀ ଭି ଭି ଯାଦବ, BMC କମିଶନର ଶ୍ରୀ କୁଳାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ |

nis-ad
Leave A Reply

Your email address will not be published.