ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ନୟାଗଡ଼ : ନୟାଗଡ଼ରଏକ ହୋଟେଲ ଭିତରୁ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ନେଇ ନୟାଗଡ଼ ଥାନାରେ ଅଭିଯୋଗ କଲେ ପରିବାର ଲୋକେ ।

ସୂଚନା ଅନୁଯାୟୀ, ରବିବାର ରାତିରେ ନୟାଗଡ଼ ଟାଉନ ଥାନା ପୋଲିସ ତ୍ରିନାଥ ହୋଟେଲର 105 ନମ୍ବର ରୁମରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା । ମୃତ ମହିଳା ଜଣକ ହେଉଛନ୍ତି ଫତେଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟୁପଡା ଗାଁର ସିଲି ବାଘ ସିଂ । ଲଜକୁ ଆସିବାର ୩ ଦିନ ପୂର୍ବରୁ ମହିଳାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ସ୍ଥାନୀୟ ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଖୁଣ୍ଟପଡା ଗାଁର NGO ଚଳାଇ ମହିଳାଙ୍କୁ ଋଣ ଦେଉଥିବା ଦୟାନିଧି ମହାପାତ୍ରଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ତେବେ ଦୟାନିଧି ହେଉଛନ୍ତି ମୃତ ମହିଳାଙ୍କ ଧରମ ଭାଇ । ସମ୍ପତ୍ତି ଲୋଭରେ ସିଲିଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ମାମଲା ଏବେ ଫତେଗଡ଼ ଥାନାକୁ ହସ୍ତାନ୍ତର ହୋଇଛି । ଫତେଗଡ଼ ଥାନା ପୋଲିସ ମୃତ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଚଲାଇଛି ।

nis-ad
Leave A Reply

Your email address will not be published.