କେନ୍ଦୁଝରରୁ ବିପୁଳ ପରିମାଣରେ ନକଲି ମଦ ଜବତ, ୫ ଗିରଫ

କେନ୍ଦୁଝର: ଅବକାରୀ ବିଭାଗ ପକ୍ଷରୁ ନକଲି ମଦ ଧରପଗଡ଼ ଅଭିଯାନକୁ ଜୋରଦାର କରାଯାଇଛି । କେନ୍ଦୁଝର ଅବକାରୀ ବିଭାଗ ପକ୍ଷରୁ ଟାଉନ ଥାନା ଘୁଟୁର ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ କରାଯାଇଛି । ନକଲି ମଦ ଚୋରା କାରାବାର ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, କେନ୍ଦୁଝର ଅବକାରୀ ବିଭାଗ ପକ୍ଷରୁ ଟାଉନ ଥାନା ଅନ୍ତର୍ଗତ ଘୁଟୁର ଗ୍ରାମର ପଙ୍କଜ ସେଠିଙ୍କ ଘର ଉପରେ ଚଢାଉ କରାଯାଇ ୧୮ପେଟି ନକଲି ମଦ ଜବତ କରାଯାଇଛି । ଏହି ଘଟଣାରେ ସହ ଅଭିଯୁକ୍ତ ଚନ୍ଦନକୁ ଅବକାରୀ ବିଭାଗ ଗିରଫ କରିଛି । ସେହିପରି ଅନ୍ୟ ଏକ ଘଟଣାରେ ପାଟଣା ଅଞ୍ଚଳରୁ ୫୩ ଲିଟର ମହୁଲି ମଦ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି । ସମସ୍ତ ୫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ଅବକାରୀ ଅଧିକ୍ଷକ ନାରାୟଣ ମେହେର କହିଛନ୍ତି, “ଜିଲ୍ଲାରେ ବେଆଇନ ମଦ କାରବାର ଓ ନକଲି ମଦ ଜବତ କରିବା ନିମନ୍ତେ ଅବକାରୀ ଅଧିକ୍ଷକଙ୍କ ନେତୃତ୍ୱରେ ଏକ ଟିମ ଗଠିତ ହୋଇଥିଲା । ଅବକାରୀ ଇନ୍ସପେକ୍ଟରଙ୍କ ସହ ସଦର ,ଝୁମ୍ପୁରା, ଘଟଗାଁ,ଅବକାରୀ ଥାନା, ମୋବାଇଲ ସ୍କ୍ୱାର୍ଡ ଓ ଟାଉନ ଥାନାର ଅଧିକାରୀଙ୍କୁ ନେଇ ଏହି ସ୍ବତନ୍ତ୍ର ଟିମ ଗଠନ ହୋଇଛି । ଏହି ଟିମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ।”

nis-ad
Leave A Reply

Your email address will not be published.