ମୋଦି @୨୦ ଡ୍ରିମସ୍ ମିଟ୍ ଡେଲିଭରି ପୁସ୍ତକର ଲୋକାର୍ପଣ କଲେ ଗୃହ ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: ମୋଦି@୨୦ ପୁସ୍ତକର ଓଡିଶା ଚାପ୍ଟର ଲୋକାର୍ପଣ ହୋଇଛି । ଏହାକୁ ଭୁବନେଶ୍ୱରରେ ଲୋକାର୍ପଣ କଲେ ଗୃହ ମନ୍ତ୍ରୀ ଅମିତ ଶାହ । ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବିଷୟରେ କହିଲେ ଶାହ । ଜଣେ ବ୍ୟକ୍ତି ଯିଏ ୱାର୍ଡମେମ୍ବର, ସରପଞ୍ଚ ନିର୍ବାଚନ ବି ଲଢିନଥିଲେ ।

ସେହିଭଳି ଜଣେ ବ୍ୟକ୍ତିଙ୍କୁ ସିଧା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଗଲା । ଅତ୍ୟନ୍ତ ସଫଳତାର ସହ ମୁଖ୍ୟମନ୍ତ୍ରୀ ଓ ପରେ ପ୍ରଧାନମନ୍ତ୍ରୀ ହେଲେ । ଲୋକଙ୍କ ବିଶ୍ୱାସକି ଚରିତାର୍ଥ କରି ସର୍ବାଧିକ ଲୋକପ୍ରିୟ ହୋଇପାରିଲେ ମୋଦି । ପରିବାରବାଦ ଓ ତୁଷ୍ଟୀକରଣ ରାଜନୀତିକୁ ସମାପ୍ତ କରିଛନ୍ତି ମୋଦି ।

ପ୍ରଥମ ଦଫାରେ ଜଣେ ଗରିବ ଦଳିତ ଓକିଲଙ୍କୁ ରାଷ୍ଟ୍ରପତି କରାଇଲେ । ଏଥର ଜଣେ ଆଦିବାସୀ ମହିଳାଙ୍କୁ ମହାମହିମ କରାଇଲେ ମୋଦି । ମୋଦିଙ୍କ ଚିନ୍ତାଧାନା ସର୍ବଦା ଉଦ୍ଧ୍ୱଗାମୀ ଏଥିପାଇଁ ସେ ସଫଳ । ନିଜ ପରିବାର ଛାଡି ୧୩୦ କୋଟି ଲୋକଙ୍କ କଥା ଚିନ୍ତା କଲେ ମୋଦି ହୋଇପାରିବ ।

nis-ad
Leave A Reply

Your email address will not be published.