ମୋବାଇଲ ଭ୍ୟାନ୍‌ ବୁଲି ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ

ଭୁବନେଶ୍ବର: ଏଣିକି ପ୍ରତି ବ୍ଲକରେ ବୁଲି ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ । ପ୍ରତି ବ୍ଲକ୍‌ରେ ନିୟୋଜିତ ହେବେ ୪ଟି ମୋବାଇଲ ଭ୍ୟାନ । ବୁଷ୍ଟର ଡୋଜ୍ ନେଇନଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯିବ । ବୁଷ୍ଟର ଡୋଜ ନେବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି ଅନେକ ଲୋକେ । ଏଯାଏଁ ୮୬ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇ ନାହାନ୍ତି ।

ଟିକାକେନ୍ଦ୍ର ବଢ଼ାଇବାକୁ ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ । ୩ ହଜାରରୁ ଅଧିକ ଟିକାକେନ୍ଦ୍ର କରିବାକୁ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ । ୨୪ ଲକ୍ଷ ୯୪ ହଜାର ଜଣ ନେଇନାହାନ୍ତି ଦ୍ୱିତୀୟ ଡୋଜ୍ । ୭ କୋଟି ୨୧ ଲକ୍ଷ ୩ ହଜାର ୮୪୦ ଡୋଜ୍ ଦିଆଯାଇ ସାରିଛି । ପ୍ରଥମ ଡୋଜ ଦିଆଯାଇଛି ୩ କୋଟି ୫୦ ଲକ୍ଷ ୭୯ ହଜାର ୯୧୨ । ଦ୍ୱିତୀୟ ଡୋଜ୍ ନେଇଛନ୍ତି ୩ କୋଟି ୨୩ ଲକ୍ଷ ୬୭ ହଜାର ୮୭୮ ।

ସେପ୍ଟେମ୍ବର ୩୦ ଯାଏଁ ଚାଲିବ ମାଗଣା ଟିକାକରଣ । ଟିକା ନେଇନଥିବା ଲୋକ ନେଇଯିବାକୁ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.