ଯାଜପୁରରୁ ୧ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ

ଯାଜପୁର: ଜିଲ୍ଲାର ଛତିଆ ବିଟ୍‌କୁ ବଡ ସଫଳତା । ପୋଲିସ ବିପୁଳ ପରିମାଣର ଗଞ୍ଜେଇ ସହ ଏକ କାର ଜବତ କରିଛି ପୋଲିସ ।

ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ଛତିଆ ବିଟ୍ ପୋଲିସ ୧୬ ନମ୍ବର ଜାତୀୟ ରାଜପଥର ଛତିଆ ନିକଟରେ ପାଟ୍ରୋଲିଂ କରୁଥିଲା । ଏ ସମୟରେ ଏକ କାର୍‌ର କାଚ ଭାଙ୍ଗି ଯାଇଥିବାର ଦେଖିବାକୁ ପାଇଥିଲା ପୋଲିସ । ରାସ୍ତା କଡରେ ଭଙ୍ଗାରୁଜା କାର୍‌ ଠିଆ ହୋଇଥିବା ଦେଖି ପୋଲିସର ସନ୍ଦେହ ବଢିଥିଲା ।୧କୁଇଣ୍ଟାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ : ଛାନଭିନ ଜାରି

ସେହି କାର୍‌ ଯାଞ୍ଚ ପରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା ପୋଲିସ । ଏନେଇ ଛତିଆ ବିଟ୍ ହାଉସ ଅଧିକାରୀ ବୈରୀ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚିଥିଲେ ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ । ତାଙ୍କ ଉପସ୍ଥିତରେ ଗାଡିରୁ ଗଞ୍ଜେଇ ଜବତ ହୋଇଥିଲା । ପ୍ରାୟ ୧ କୁଇଣ୍ଟାଲ ୨୫ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଛି ।

nis-ad
Leave A Reply

Your email address will not be published.