ପିସି ମାଗି ବିଦା ହେଲେ ଭୁବନେଶ୍ବର ସାଂସଦଙ୍କ ଟାଙ୍ଗୀ ବ୍ଲକ ପ୍ରତିନିଧି

ଖୋର୍ଦ୍ଧା: ପିସି(PC) ମାଗିବା ଅଭିଯୋଗରେ ବିଦା ହେଲେ ଭୁବନେଶ୍ବର ସାଂସଦଙ୍କ ଟାଙ୍ଗୀ ବ୍ଲକ ପ୍ରତିନିଧି । ୩ ଲକ୍ଷର କାମ ପାଇଁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଟାଙ୍ଗୀ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ ୩୦ ହଜାର ଟଙ୍କା ପିସି ଦାବି କରିଥିଲେ ।

ଏହି ଘଟଣା ଜଣାପଡିବା ପରେ ସାଂସଦଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଦୋଷଙ୍କୁ ପ୍ରତିନିଧି ପଦରୁ ବାହାର କରାଯାଇଛି । ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଓ ବିଡିଓଙ୍କୁ ମଧ୍ୟ ଏକ ଚିଠି ପଠାଯାଇଛି ।

ସୂଚନା ଅନୁଯାୟୀ, ଟାଙ୍ଗୀ ବ୍ଲକ ଲେଣ୍ଡୋ ପଞ୍ଚାୟତର ରେଙ୍ଗଟାରେ କଂକ୍ରିଟ୍ ରୋଡ୍ ପାଇଁ ଝୁନା ଦେଇ ନାମକ ଜଣେ ମହିଳାଙ୍କୁ ୩ ଲକ୍ଷ ଟଙ୍କାର ୱାର୍କ ଅର୍ଡର ଆସିଥିଲା । ୨୦୨୧ ସେପ୍ଟେମ୍ବର ସୁଦ୍ଧା ରାସ୍ତା ନିର୍ମାଣ କାମ ସାରିବାକୁ ଡେଡଲାଇନ୍ ଦିଆଯାଇଥିଲା । ହେଲେ କାମ ପାଇଁ ଖୋଲାଖୋଲି ପିସି ମାଗିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ । ୩ ଲକ୍ଷ ଟଙ୍କାର କାମ ପାଇଁ ସେ ୧୦ ପ୍ରତିଶତ ପିସି ଦେବାକୁ ଦାବି କରୁଥିଲେ । ଏନେଇ ଅଭିଯୋଗ ପରେ ସେ ବିଦା ହୋଇଛନ୍ତି । ତେବେ ବିକାଶର କଥା କହୁଥିବା ଭୁବନେଶ୍ବର ସାଂସଦଙ୍କ ପ୍ରତିନିଧିଙ୍କ ଏହି ପିସି ପ୍ରେମ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।

nis-ad
Leave A Reply

Your email address will not be published.