ମାଆଝିଅଙ୍କ ମୃତ୍ୟୁ ଘଟଣା: ଦୁର୍ଘଟଣା ନୁହଁ, ହତ୍ୟା ସନ୍ଦେହ

ଯାଜପୁର: ଯାଜପୁରରେ ଗତକାଲି ଦୁର୍ଘଟଣାରେ ମାଆଝିଅଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା ହୋଇଛି । ଏହା ଦୁର୍ଘଟଣା ନୁହେଁ, ଯୋଜନାବଦ୍ଧ ଭାବେ ମାଆଝିଅଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ଗାଡ଼ି ସାଇଡ ମରାକୁ କେନ୍ଦ୍ର କରି ପାଟିତୁଣ୍ଡ ଓ ଏହାପରେ ମାଆଝିଅଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲା ଅଭିଯୁକ୍ତ । ସୂଚନା ଅନୁଯାୟୀ, ସୁକିନ୍ଦା ଅଞ୍ଚଳର ଶ୍ରୀତିକା ଚକ୍ରବର୍ତ୍ତି ଝିଅ ସୋନାଲି ଚକ୍ରବର୍ତ୍ତିଙ୍କ ସହ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ କେନ୍ଦ୍ରପଡ଼ା ଯାଇଥିଲେ ।

ଝିଅ ସହତ ସ୍କୁଟିରେ ଫେରିବା ବେଳେ ଯାଜପୁର ୫୩ ନମ୍ବର ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ସାଇଡ ମରାକୁ କେନ୍ଦ୍ର କରି ଟ୍ରକ ଡ୍ରାଇଭର ଅମର ସ୍ବାଇଁଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏହାପରେ ଶ୍ରୀତିକା ଝିଅ ସହ ସ୍କୁଟି ଧରି ବାହାରି ଯାଇଥିଲେ । ହେଲେ ରାଗ ପଞ୍ଚମ ଅମର ହିତାହିତ ଜ୍ଞାନ ଭୁଲି ତାଙ୍କ ସ୍କୁଟି ଉପରେ ଟ୍ରକ ଚଢାଇ ଦେଇଥିଲେ । ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଜେନାପୁରପୁଲିସ ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରିବା ସହ ଏକ ହତ୍ୟା ମାମଲା ରୁଜୁ କରିଛି ।

nis-ad
Leave A Reply

Your email address will not be published.