ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍

କଟକ: ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ବାସଭବନ ଓ କାର୍ଯ୍ଯାଳୟ ସମେତ ବିଭିନ୍ନ ସ୍ଥାନରେ ସିବିଆଇ ରେଡ୍ କରିଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ରେଡ କରାଯାଇଥିବା ସୂଚନା ମିଳିଛି। ଓଡିଆ ବଜାରରେ ଥିବା ମହିମା ମିଶ୍ରଙ୍କ ବାସଭବନ, କଟକ ଲିଙ୍କରୋଡ ସ୍ଥିତ ଓଏସଏଲ୍ କାର୍ଯ୍ୟାଳୟରେ ଚଢାଉ କରପାଇଛି । ତେବେ ଏହି ରେଡ୍ କାରଣ କଣ ତାହା ଜଣାପଡିନି ।

ସୂଚନା ଅନୁସାରେ, ବହୁଚର୍ଚ୍ଚିତ ସିୱେଜ ସିପିଙ୍ଗ୍‌ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦ୍ୱିପ ଶାଖାର ପରିଚାଳକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ଶିଳ୍ପପତି ମହିମା ମିଶ୍ରଙ୍କୁ ୨୦୨୧ ନଭେମ୍ୱର ମାସରେ ମିଳିଥିଲା ଜାମିନ୍‌ । ବ୍ୟବସାୟିକ ଶତ୍ରୁତା କାରଣରୁ ସିୱେଜ ସିପିଙ୍ଗ୍‌ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦ୍ୱିପ ଶାଖାର ପରିଚାଳକ ମହେନ୍ଦ୍ର ସ୍ୱାଇଁଙ୍କୁ ୨୬ ଅକ୍ଟୋବର ୨୦୧୬ରେ ତାଙ୍କ କାର୍ଯ୍ୟାଳୟକୁ ଯିବାବେଳେ ବୋମା ଫିଙ୍ଗି ହତ୍ୟା କରାଯାଇଥିଲା ।

ମହିମା ମିଶ୍ରଙ୍କ ଇଙ୍ଗିତରେ ମହେନ୍ଦ୍ରଙ୍କୁ ହତ୍ୟା କରାଯାଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ମହିମା ମିଶ୍ର ଚେନ୍ନାଇ, ଦିଲ୍ଲୀ, ନେପାଳ ବାଟ ଦେଇ ଥାଇଲାଣ୍ଡରେ ଯାଇ ଲୁଚିଥିଲେ । ପୋଲିସ ପକ୍ଷରୁ ଲୁକଆଉଟ ନୋଟିସ ଜାରି କରାଯିବା ପରେ ମହିମାଙ୍କୁ ବ୍ୟାଙ୍କକ୍‌ରୁ ଗିରଫ କରାଯାଇ ଓଡ଼ିଶା ଅଣାଯାଇଥିଲା ।

nis-ad
Leave A Reply

Your email address will not be published.