ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟିନେଲେ ୧୦ଲକ୍ଷ ଟଙ୍କା

ବାଲେଶ୍ୱର: ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟିନେଲେ ୧୦ଲକ୍ଷ ଟଙ୍କା । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଡୁଙ୍ଗୁରା ବଜାରରେ ଲୁଟ୍‌ ହୋଇଛି । ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯାଉଥିବା ବେଳେ ରାକେଶ ସାମଲଙ୍କ ଠାରୁ ଲୁଟ ହୋଇଛି । ଦୁଇଟି ବାଇକରେ ୪ଜଣ ଦୃବୁର୍ତ୍ତ ମାସ୍କ ଲଗାଇ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଆଜି ସକାଳ ସମୟରେ ଲୁଟ ହୋଇଛି ।

ସ୍ଥାନୀୟ ଲୋକେ ଦୃର୍ବୁତ୍ତଙ୍କୁ ପିଛା କରିବାରୁ ବାଇକକୁ ଛାଡି ଫେରାର ହୋଇଯାଇଥିଲେ ଲୁଟେରା । ଖବର ପାଇ ବାଇକ ଜବତ କରି ତଦନ୍ତ କରୁଛି ସିମୁଳିଆ ପୋଲିସ୍‌ ।

nis-ad
Leave A Reply

Your email address will not be published.