ନାଗରିକ କମିଟି ପକ୍ଷରୁ ରେଢ଼ାଖୋଲ ୧୨ ଘଣ୍ଟିଆ ବନ୍ଦ

ରେଢ଼ାଖୋଲ: ୫୫ନଂ ଜାତୀୟ ରାଜପଥ ମରାମତି ଓ ନିର୍ମାଣ ଦାବିରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଭୀମ ଭୋଇ ଛକଠାରେ ନାଗରିକ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ରାସ୍ତା ଅବରୋଧ କରି କର୍ମୀ ମାନେ ବନ୍ଦ ପାଳନ କରିଛନ୍ତି । ଗତ ୨୦୧୭ ମସିହା ଠାରୁ ୫୫ନଂ ଜାତୀୟ ରାଜପଥ ସମ୍ପ୍ରସାରଣ (ଚାରି ଥାକିଆ )କାର୍ଯ୍ୟ ଏକ ଠିକା ସଂସ୍ଥା କରୁଛି ।

ହେଲେ ଠିକା ସଂସ୍ଥାର ମନ୍ଥର ଗତି କାର୍ଯ୍ୟ ଯୋଗୁ ୫ବର୍ଷ ସମୟ ଅତିବାହିତ ହୋଇ ଯାଇଥିଲେ ମଧ୍ୟ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିରହିଛି ।

ଏନେଇ ପୂର୍ବରୁ ଅନେକ ଥର ନାଗରିକ କମିଟି ତରଫରୁ ରାସ୍ତା ମରାମତି ଓ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦାବି ହୋଇଛି । କିନ୍ତୁ ପ୍ରଶାସନ କିମ୍ବା ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା (ଏନଏଚଏଆଇ)ପକ୍ଷରୁ କୌଣସି ପଦକ୍ଷେପ ନ ନେବାରୁ ଶେଷରେ ବାଧ୍ୟ ହୋଇ ନାଗରିକ କମିଟି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛି ବୋଲି କହିଛି । ବନ୍ଦ ଯୋଗୁଁ ରାଜପଥର ଉଭୟ ପାର୍ଶ୍ୱରେ ଶହଶହ ଯାନ ବାହାନ ଅଟକି ରହିଛି । ବନ୍ଦ ପାଳନର ଖବର ପାଇ ଏନଏଚଏଆଇ କର୍ତ୍ତୃପକ୍ଷ ଘଟଣାସ୍ଥକୁ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.