ସେବାଶ୍ରମର ଛାତ୍ରଛାତ୍ରୀ ଝାଡା,ବାନ୍ତି ଓ ଜ୍ବରରେ ଆକ୍ରାନ୍ତ

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ପିରିକୁଡ଼ି ସେବାଶ୍ରମର ପ୍ରାୟ କୋଡିଏ ଜଣ ଛାତ୍ରଛାତ୍ରୀ ସକାଳୁ ସକାଳୁ ହଠାତ ଅସୁସ୍ଥ ହୋଇ ପଡିଥିଲେ। କାହାକୁ ଜ୍ବର ହେଇଗଲାତ ଆଉ କାହାକୁ ଝାଡ଼ାବାନ୍ତି । ସ୍କୁଲ ପ୍ରଧାନଶିକ୍ଷକ ସମସ୍ତ ଅସୁସ୍ଥ ଛାତ୍ର ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାରେ ଭର୍ତ୍ତି କାରାଇଥିଲେ ।ଅସୁସ୍ଥ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.