ମାଆ ପାଟ୍ଟଖଣ୍ଡା ଲୋକନୃତ୍ୟ ସଂଘର ନାଟକ ରାଧାପ୍ରେମ ଲୀଳା ଵା ରାଧାଙ୍କ ମାନ ଭଞ୍ଜନ ବହି ପୂଜନ

ବାଲିଗୁଡା : ଲୋକ କଳା ଲୋକବାଦ୍ୟ ଲୋକ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ମାଆ ପାଟଖଣ୍ଡା ଲୋକ ନୃତ୍ୟ ସଂଘ ପକ୍ଷରୁ ପ୍ରୟାସ କରାଯାଇଛି l ଅନୁଷ୍ଠାନର ସଭାପତି ଅଜିତ କୁମାର ପ୍ରଧାନୀ ଅଧିକାରୀ ପ୍ରମୋଦ କୁମାର ଦଣ୍ଡସେନା ସମ୍ପାଦକ ପ୍ରକାଶ ସାହୁ କୋଷାଧକ୍ଷ ସଚ୍ଚିଦା ନନ୍ଦଙ୍କ ପ୍ରୟାସ ରେ କନ୍ଧମାଳ ରେ ପ୍ରଥମଥର ପାଇଁ ଦକ୍ଷିଣ ଓଡିଶା ର ପ୍ରସିଦ୍ଧ ଲୋକନୃତ୍ୟ ରାଧା ପ୍ରେମଲୀଳା ଵା ମାନଭଂଜନ ବହି ପୂଜନ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ଦକ୍ଷିଣ ଓଡିଶା ବରିଷ୍ଠ କଳାକାର ସଂଘ ର ସମ୍ପାଦକ ସୁବାଷ ଚନ୍ଦ୍ର ସାହୁ (ରୋଶନ ) ସମ୍ମାନିତ ଅତିଥି ଭାବେ
ଜ଼ିଲ୍ଲା ପାରମ୍ପରିକ ଲୋକ କଳାକାର ସଂଘ ର ସଭାପତି ଅକ୍ଷୟ କର୍ଣ୍ଣ ବରିଷ୍ଠ ପାଲା ଗାୟକ ତଥା ବ୍ଲକ କଳା ସଂସ୍କୃତି ସଂଘ ର କ. ନୂଆଗାଁ ବ୍ଲକ ଉପ ସଭାପତି ତ୍ରିନାଥ ପଣ୍ଡା ଫିରିଙ୍ଗିଆ ଅଂଚଳ ର ବରିଷ୍ଠ ମଞ୍ଚ ଉପ ସ୍ଥାପକ ତଥା ବି ଜେ ପି ର ଯୁବ ନେତା ସଂଜୀବ ଡିଗାଲ ବରିଷ୍ଠ ନାଟକ ନିର୍ଦେଶକ ସୁଧୀର ମାଝୀ ଯୋଗଦେଇ ଥିଲେ l ଲୋକନୃତ୍ୟ ଗୁରୁ ଅଭିମନ୍ୟୁ ବେହେରା ( ଗଞ୍ଜାମ )ସଂଗୀତ ନିର୍ଦେଶକ ମନୋଜ ଭାଇ ନିର୍ଦେଶନା ରେ ନାଟକ ର ନିର୍ଦେଶନା ଭାର ନେଇଛନ୍ତି l ଆଗାମୀ ଦୁର୍ଗାପୂଜା ଵା ଦଶହରା ରେ ନାଟକ ଶୁଭାରମ୍ଭ ହେବ ବୋଲି ଅଧିକାରୀ ପ୍ରମୋଦ ଦଣ୍ଡସେନା ପ୍ରକାଶ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ବାଲିଗୁଡା ବାରଖମା ଅଂଚଳ ର ଲୋକନୃତ୍ୟ ଗୁରୁ ଲକ୍ଷ୍ମୀ ନାରାୟଣ ଦାଣ୍ଡିଆ ସୁବାସ ବିନ୍ଧାଣୀ ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ପାତ୍ର ରଂଜିତ ଡିଗାଲ ବରିଷ୍ଠ ହାସ୍ୟ ଅଭିନେତା ଟିକି ଦଣ୍ଡିଆ ପ୍ରମୁଖ ଉପ ସ୍ଥିତ ଥିଲେ l ଯୁବ ପୁରୋହିତ ଅଶୋକ ମିଶ୍ର ବହି ପୂଜନ କରିଥିଲେ l

nis-ad
Leave A Reply

Your email address will not be published.