ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ଦାବିପତ୍ର

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର ୪ ଗୋଟି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ । ବଡମାଧପୁର ଗ୍ରାମର ଉଠା ଜଳସେଚନ ପ୍ରକଳ୍ପ ନଂ ୩, ୮, ୧୧ ଓ ବଡମାଧପୁର ଉଧୁପୁରନାଳ ପ୍ରକଳ୍ପ ନଂ ୩ ଆଦି ପ୍ରକଳ୍ପ ଦୀର୍ଘ ବର୍ଷ ଧରି ଅଚଳ ଅବସ୍ଥାରେ ପଡ଼ିରହିଛି । ଯାହା ଫଳରେ କି ଚଳିତ ବର୍ଷ ଖରିଫ ଋତୁରେ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ହୋଇ ପାରୁ ନାହିଁ । ଧାନ ତଳି ଓ ପନିପରିବା ଆଦି ନଷ୍ଟ ହୋଇଗଲାଣି । ଜଳସେଚନର ବ୍ୟବସ୍ଥା ନ ହୋଇ ପାରିବାରୁ ଚାଷୀମାନେ ବହୁ କ୍ଷତି ସହୁଛନ୍ତି ବୋଲି ଉପାଧ୍ୟକ୍ଷା ଶ୍ରୀମତୀ ରେଡ୍ଡୀ କହିଛନ୍ତି । ଏନେଇ ଗୁରୁବାର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ରେଡ୍ଡୀ ।

nis-ad
Leave A Reply

Your email address will not be published.