ବଜ୍ରପାତ ନେଇ ଆସିଲା ମୃତ୍ୟୁର ବିଭୀଷିକା

ଚିତ୍ରକୋଣ୍ଡା (୦୩/୦୮) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଧୂଳିପୁଟ ପଞ୍ଚାୟତ ଅଧିନସ୍ଥ ଜୁମଡାଙ୍ଗ ଗ୍ରାମର ଏହି ଲୋମ ଟାଙ୍କୁରା ଦୃଶ୍ୟ ଗ୍ରାମବାସୀଙ୍କୁ ବେଶ୍ ଦୁଃଖାଭିମୁଖୀ କରିଛି । ଗତକାଲି ଲଗାଣ ବର୍ଷା ସହ ସମୟେ ସମୟେ ବର୍ଜପାତ ପରିଲକ୍ଷିତ ହୋଇଥିଲା । କିନ୍ତୁ ପରିତାପର ବିଷୟ,ଏହା ଯୋଗୁଁ ଜଣେ ଲୋକଙ୍କ ସମେତ ୫୭ ଛେଳି ଗୋରୁ ଗାଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିଛି ସେ ହେଲେ ସନ୍ୟାସୀ ରାଓ ହନ୍ତାଳ ବୟସ ୪୦ ବର୍ଷ,ପିତା ଦାସ ହନ୍ତାଳ । ବର୍ତ୍ତମାନ ଜୁମଡାଙ୍ଗ ଅଞ୍ଚଳର ଏହି ବିପତ୍ତି ପାଇଁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ସରକାରୀ ସହାୟତା ନିମନ୍ତେ ଅପେକ୍ଷାରତ ମୃତକଙ୍କ ପରିବାର ବର୍ଗ ତଥା ଗ୍ରାମବାସୀ।

nis-ad
Leave A Reply

Your email address will not be published.