ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ମହିଳା ଏଏସଆଇ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନାର ମହିଳା ଏଏସଆଇ ପୁସ୍ପଲତା ପାଇକରାୟଙ୍କୁ ବୁଧବାର ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛି । ଜଣେ ଏତଲାକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା ।
୨୦୨୦ର ଏକ ମାମଲାରେ କଠୋର ଦଫା ଲଗାଇ ଶୀଘ୍ର ତଦନ୍ତ ସାରି ଚାର୍ଜସିଟ୍ ଦାଖଲ କରିବାକୁ ପୁସ୍ପଲତା ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଲାଞ୍ଚ ମାଗିଥିଲେ ।
ପୂର୍ବ ଅଭିଯୋଗ ଅନୁଯାୟୀ ଲାଞ୍ଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଧରିଥିଲା ।
ସମସ୍ତ ୫ ହଜାର ଟଙ୍କା ନଗଦ ରାଶି ପୁସ୍ପଲତାଙ୍କ ନିକଟରୁ ଜବତ ହୋଇଛି । ଏହି ଘଟଣାରେ ପିସି ଆକ୍ଟ-୨୦୧୮ର ସେକ୍ସନ-୭ ଆଧାରରେ ତାଙ୍କ ବିରୋଧରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି ।