ପ୍ରାକୃତିକ ଗ୍ୟାସ୍ ଓ ପେଟ୍ରୋଲ ସନ୍ଧାନ କାମ ଖୁବଶୀଘ୍ର ଆରମ୍ଭ ହେବ : ଅଏଲ ଇଣ୍ଡିଆ

କୋଣାର୍କ ୧।୮: ପୁରୀ ଜିଲ୍ଲା ଗୋପ ବ୍ଲକ କୁଶୁପୁରରେ ପ୍ରାକୃତିକ ଗ୍ୟାସ୍ ଓ ପେଟ୍ରୋଲ ସନ୍ଧାନ ଚୂଡାନ୍ତ ପର୍ଯ୍ୟାୟରେ। ସୋମବାର ଅଏଲ ଇଣ୍ଡିଆର ଜେନେରାଲ ମ୍ୟାନେଜର ଓ ୧୦ ଜଣିଆ ଟିମ୍ ପହଞ୍ଚି ଗୋପରେ ୩୭ ହିତାଧିକାରୀଙ୍କ ସହିତ ତିନି ବର୍ଷିଆ ଏଗ୍ରିମେଣ୍ଟ କରି ୩ କୋଟି ୪୦ ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରଛନ୍ତି ।

୮ ଏକର ଜମିରେ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ଅଏଲ ଇଣ୍ଡିଆର ଜେନେରାଲ ମ୍ୟାନେଜର ଡ. ବି.ଏନ୍. ସାହୁ ସୂଚନା ଦେଇଛନ୍ତି ।

ଅଏଲ ଇଣ୍ଡିଆ ତରଫରୁ ଗୋପ କୁସୁପୁରଠାରେ ଏକ ସର୍ଭେ କରଯାଇଥିଲା । ଏହି ଅଞ୍ଚରେ ପ୍ରାକୃତିକ ଗ୍ୟାସ୍ ଓ ପେଟ୍ରୋଲ ଥିବା ପ୍ରାଥମିକ ତଦନ୍ତରୁ ଜଣାଯିବl ପରେ ଗୋପ କୁସୁପୁର, ବଣିଆସାହି, ବସ୍ତି ଅଞ୍ଚଳର ପ୍ରାୟ ୩୭ଜଣ ଚାଷୀଙ୍କ ୮ ଏକର ଜମିକୁ ତିନି ବର୍ଷ ପାଇଁ ଅଏଲ ଇଣ୍ଡିଆ କମ୍ପାନୀ ଚାଷୀଙ୍କଠାରୁ ଲିଜରେ ନେଇଛନ୍ତି l ପ୍ରତ୍ୟେକ ଚାଷୀଙ୍କୁ ଗୁଣ୍ଠ ପିଛା ୧୭୦୦୦/-ହିସାବରେ ୩ ବର୍ଷ ପାଇଁ ଟଙ୍କା ଦିଆଯାଇଛି । ଯଦି ଏହି ସର୍ଭେରେ ଏଠି ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ବାହାରେ ତାହେଲେ ଅଞ୍ଚଳର ଉନ୍ନତି ହେବ ବୋଲି ଚାଷୀ କହିଛନ୍ତି ।

nis-ad
Leave A Reply

Your email address will not be published.