ବଡମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣାରେ ଫେରାର ଫରେଷ୍ଟର ଅଟକ

ଆଠଗଡ଼ ୧।୮: ହାତୀ କଙ୍କାଳ ମିଳିବା ଘଟଣାରେ ନିଲମ୍ବିତ ହୋଇ ଫେରାର ଥିବା ଫରେଷ୍ଟର ପ୍ରଦୀପ କୁମାର ପରିଡ଼ା ଅଟକ । ବଡ଼ମ୍ବା ରେଞ୍ଜର ଗୋପପୁର ସେକ୍ସନ ଫରେଷ୍ଟର ପ୍ରଦୀପ କୁମାର ପରିଡ଼ା ଦୀର୍ଘଦିନ ଧରି ଫେରାଇ ଥିବା ବେଳେ ବନ ବିଭାଗ ତାଙ୍କୁ ଅଟକ ରଖି ପଚରାଉଚରା ପରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ବୋଲି ଆଠଗଡ଼ ଡିଏଫଓ ସୂଚନା ଦେଇଛନ୍ତି ।

ବଡମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତା ହାତୀ କଙ୍କାଳ ଠାବ କରିଥିଲା ଏସଟିଏଫ୍ । ପୂର୍ବରୁ ଏହି ଘଟଣାରେ ୧୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବନ ବିଭାଗ । ସେମାନଙ୍କ ଭିତରେ ବନ ବିଭାଗର କର୍ମଚାରୀ ମଧ୍ୟ ଥିଲେ ।

nis-ad
Leave A Reply

Your email address will not be published.