ବିଷ ପକାଇ ପୋଖରୀରୁ ମାଛ ମାରିଦେଲେ ଦୁର୍ବୃତ୍ତ

ମାର୍ଶାଘାଇ ୧।୮: ସରକାର ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବା ପାଇଁ ମିଶନ ଶକ୍ତି ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଯୋଗାଇ ଦେଉଛନ୍ତି । ଏହି ଅର୍ଥକୁ ବିନିଯୋଗ କରି ମହିଳାମାନେ ସ୍ବାବଲମ୍ବୀ ହେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକରେ ସ୍ବୟଂ ସହାୟକ ଗୋଷ୍ଠୀ ଅର୍ଥ ବିନିଯୋଗ କରିଥିବା ସ୍ଥାନରେ ଦେଖାଯାଇଛି ଅଭାବନୀୟ ଘଟଣା ।

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ପଞ୍ଚାୟତର ଦିଗି ପୋଖରୀରେ ଆଶୁତୋଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅର୍ଥ ବିନିଯୋଗ କରି ମାଛ ଚାଷ କରିଥିଲେ । ୧୦ ଏକର ପୋଖରୀରେ ଭାକୁର, ରୋହି ଭଳି ଦେଶୀ ମାଛ ଚାଷ କରିଥିଲେ ଏହି ମହିଳାମାନେ । ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏହି ପୋଖରୀରେ ବିଷ ପକାଇ ଦେଇଥିବାରୁ ସକାଳୁ ସକାଳୁ ପୋଖରୀରେ ମାଛ ମରି ଭାସୁଥିବା ଲୋକମାନେ ଦେଖିବାକୁ ପାଇଥିଲେ । ପରେ ଖବର ପାଇ ଗୋଷ୍ଠୀର ସଦସ୍ୟମାନେ ଏହି ପୋଖରୀ ନିକଟରେ ପହଞ୍ଚି ମାଛ ମରି ଭାସୁଥିବା ଦେଖିବା ପରେ ଅଜଣା ଦୁର୍ବୃତ୍ତଙ୍କ ନାମରେ ପାଟକୁରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.