‘ପ୍ରତିଦିନ ସକାଳୁ ବାଜୁଥିବା ସାଇରନ୍‌ ବନ୍ଦ ହୋଇଗଲା’

ମୁମ୍ବାଇ: ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଯେବେଠୁ ଇଡି ଗିରଫ କରିଛି ସେବେଠାରୁ ରାଜ୍ୟ ରାଜନୀତି ସରଗରମ ରହିଛି। ବିରୋଧୀ ଦଳ କେତେବେଳେ ଶାସକ ଦଳକୁ ଟାର୍ଗେଟ କରୁଛି ତ ଅଉ କେତେବେଳେ ଶାସକ ଦଳ ବିରୋଧୀଙ୍କୁ ବାଣ ମାରୁଛନ୍ତି। ଏଭଳି ରାଜନୈତିକ ବୟାନବାଜୀ ଭିତରେ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ସଞ୍ଜୟ ରାଉତଙ୍କ ଗିରଫଦାରୀକୁ ନେଇ ସେ ଦେଇଛନ୍ତି ବଡ ବୟାନ।
‘ପ୍ରତିଦିନ ସାକଳୁ ବାଜୁଥିବା ସାଇରନ୍‌ ବନ୍ଦ ହୋଇଗଲା, ସେ ଘର ଭିତରକୁ ଚାଲିଗଲା।’ ସଞ୍ଜୟ ରାଉତଙ୍କ ଗିରଫଦାରୀ ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏଭଳି କିଛି କହି ତାଙ୍କୁ ତେରଛା ବାଣ ମାରିଛନ୍ତି। ଏହାପୂର୍ବରୁ ରବିବାର ଦିନ ମଧ୍ୟ ଏକନାଥ ସିନ୍ଦେ ସଞ୍ଜୟ ରାଉତଙ୍କୁ କହିଥିଲେ ‘ଯଦି ସେ କିଛି ଭୁଲ କରିନାହାଁନ୍ତି ତେବେ ତାଙ୍କୁ ଭୟ କରିବା ଉଚିତ୍ ନୁହେଁ। ଯିଏ ଯେଉଁ ଭଳି କରିବ ସିଏ ସେଭଳି ପାଇବ।’
ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଗତକାଲିଠୁ ଅଟକ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ବିଳମ୍ବିତ ରାତିରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଜି PMLA କୋର୍ଟରେ ସଞ୍ଜୟ ରାଉତଙ୍କୁ ହାଜର କରାଯିବ। ଯେଉଁଠି ଇଡି ତାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ।
ସୂଚନାନୁସାରେ, ପାତ୍ରା ଚୌଲ୍ ଜମି ଦୁର୍ନୀତି ମାମଲାରେ ଦୁଇଥର ଡକାଯିବା ପରେ ମଧ୍ୟ ସଞ୍ଜୟ ରାଉତ ଇଡିରେ ହାଜର ହୋଇନଥିଲେ, ପରେ ପଚରାଉଚରା ପାଇଁ ରବିବାର ସକାଳେ ଇଡିର ଏକ ଟିମ୍ ତାଙ୍କ ଘରେ ପହଞ୍ଚିଥିଲେ। ସନ୍ଧ୍ୟାରେ ଇଡି ସଞ୍ଜୟ ରାଉତଙ୍କୁ ତାଙ୍କ ଘରୁ ଉଠାଇ ନେଇଥିଲା। ଏହା ପରେ ବିଳମ୍ବିତ ରାତିରେ ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା।

nis-ad
Leave A Reply

Your email address will not be published.