କୁମାରୀ କତା ଗୌଡ଼ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ଗୌଡ଼ ସମାଜ…

ପୋଲିସ ର ତଦନ୍ତ କୁ ନେଇ ସନ୍ଦେହ..! ପୋଲିସ ଛତ୍ରଛାୟାତଳେ ମୁଖ୍ୟ ଆସାମୀ…!

ଉମରକୋଟ : ଗତ ଜୁଲାଇ ୧୯ ତାରିଖରେ ଗଣମାଧ୍ୟମରେ ପ୍ରକାଶିତ କୁମାରୀ କତା ଗୌଡ଼ ଫାଶୀ ହୋଇଥିବା ଖବର ପଛର ଅନେକ କାରଣ କୁ ନେଇ ଅନେକ ତଥ୍ୟ ପୁଲିସ ତଦନ୍ତରୁ ପଦାକୁ ଆସିଛି | ସୂଚନା ଥାଉକି ଘଟଣା ଅନୁଯାୟୀ ହଳଦୀ ପଞ୍ଚାୟତର ସିରାପାରା ଗ୍ରାମର କୁମାରୀ କତା ଗୌଡ଼ (ପିତା ବରୁଣ୍ଡୁ ଲାଲ ଗୌଡ଼ ) ସେହି ଗାଁର ଭରତ ଗଣ୍ଡ (ପିତା ଧରମସିଂ ଗଣ୍ଡ )ଙ୍କୁ ପ୍ରେମ କରୁଥିବା ବେଳେ ଶାରୀରିକ ସମ୍ପର୍କ ହେବାରୁ କୁମାରୀ କତା ଗୌଡ଼ ପାଞ୍ଚ ମାସ ଗର୍ଭବତୀ ହୋଇଥିଲା ଯାହାକୁ ନେଇ ଘରର ଲୋକମାନେ ଭରତ ଗଣ୍ଡ ଘରକୁ କୁମାରୀ କତା ଗୌଡ଼କୁ ପଠାଇ ଥିଲେ | କିନ୍ତୁ ଭରତ ଗଣ୍ଡ ପୂର୍ବରୁ ବିବାହିତ ଥିବାରୁ ସେ କୁମାରୀ କତା ଗୌଡ଼କୁ ଗ୍ରହଣ କରିନଥିଲେ | ଶେଷରେ ନିରୁପାୟ ହୋଇ କୁମାରୀ କତା ଗୌଡ଼ ନିଜ ବାପା ଘରେ ଆସି ରହୁଥିଲେ | ଯାହାକୁ ନେଇ ଯୁବତୀ କୁ ନ୍ୟାୟ ଦେବା ଉଦେଶ୍ୟ ରେ ସିରାପାରା ଗ୍ରାମର ମେମ୍ବର ଓ ଗ୍ରାମର ମୁଖିୟା ମାନେ ଏକ ମିଟିଂ ମଧ୍ୟ କରିଥିଲେ | ସେହି ସଭାକୁ ଭରତ ଗଣ୍ଡ କୁ ମଧ୍ୟ ଡକାଯାଇଥିଲା କିନ୍ତୁ ସେ ଅନୁପସ୍ଥିତ ଥିଲେ | ଏଠାରେ ସୂଚନା ପ୍ରକାରେ ଗତ ଜୁଲାଇ ୧୮ ତାରିଖ ରାତିରେ ସାଙ୍ଗ ସାଥି ହୋଇ କୁମାରୀ କତା ଗୌଡ଼, କୁମାରୀ ଲକ୍ଷ୍ମୀ ଗୌଡ଼ ଓ କୁମାରୀ ରଂଜିତା ଗଣ୍ଡ ତିନି ଜଣ ସାଙ୍ଗ ନିଜ ଘରେ ଶୋଇବା ସମୟ ରେ ରାତି ପ୍ରାୟ ସାଢେ ଆଠଟା ବେଳେ ରଞ୍ଜିତା କୁ ଭରତ ଗଣ୍ଡ ଫୋନ କରି କହିଲେ କୁମାରୀ କତା ଗୌଡ଼କୁ ଟିକେ ଫୋନ ଦିଅ ମୁଁ କଥା ହେବି | ଯାହା କି ରଞ୍ଜିତା କୁମାରୀ କତା ଗୌଡ଼ କୁ ଫୋନ ଦେଇଥିଲେ, କିଛି ସଓ କୁମାରୀ ଫୋନ ରେ କଥା ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ କୁମାରୀ ରଞ୍ଜିତା ଓ ତାଙ୍କ ଅନ୍ୟ ସାଙ୍ଗକୁ କହିଲେ ଯେ ମତେ ଭରତ ଡାକୁଛି କିଛି ଜରୁରୀ କଥା ଅଛି କହୁଛି ତେଣୁ ମୁଁ ଟିକିଏ ଶୁଣିକି ଆସୁଛି କହି କୁମାରୀ ରାତିରେ ଏକା ଭରତ ସହିତ ଦେଖା କରିବାକୁ ଯାଇ ଥିଲା କିନ୍ତୁ ସେ ଆଉ ରାତି ରେ ଫେରି ନଥିଲା | ଯାହାକି ସନ୍ଦେହ ଭରତ ଆଡକୁ ଯିବା ସ୍ୱାଭାବିକ ଥିଲା ଏହା ଏକ ସୁ କଳ୍ପିତ ହତ୍ୟା କାଣ୍ଡ କହିଲେ କିଛି ଭୁଲ ହେବ ନାହିଁ ପୋଲିସ ତଦନ୍ତ କୁ ଯଦି ଗୁରୁତ୍ୱ ସହିତ ନିଏ ତେବେ ହତ୍ୟାକାରୀ ର ପ୍ରକୃତ ରହସ୍ଯ ପଦାକୁ ଆସିବ ବୋଲି ଆଶା ରଖିଛନ୍ତି ଗାଁ ଲୋକେ ଏବଂ ପରିବାର ସଦସ୍ୟ l କାରଣ ଯେତେବେଳେ

ସକାଳେ ଗାଁ ଲୋକେ ଜମିରେ କାମ କରିବା କୁ ଯିବା ସମୟରେ ଦେଖିବାକୁ ପାଇଲେ ଜେ କୁମାରୀ କତା ଗୌଡ଼ର ମୃତଦେହ ତେନ୍ତୁଳି ଗଛରେ ଝୁଲୁଛି | ସେହି ମୃତ ଶରୀର ଅବସ୍ଥା କୁ ଦେଖିବା ପରେ ଯାହାକି ତାହାବି ସନ୍ଦେହ ଆଡକୁ ଆସି ଯାଇଛି ଏହି ଖବର ପ୍ରକାଶିତ ହେବା ପରେ ସିରାପାରା ଗ୍ରାମର ଶ୍ରୀ ପୁଲୁଶ ପୂଜାରୀ ଯିଏ କି ଗାଁର ମୁଖିୟା ସେ କାହାକୁ କିଛି ନ କହି ନ ପଚାରି ନ ଶୁଣି ଝିଅର ଭାଇ ସନ୍ତୋଷ ଗୌଡ଼ ଯାର ବୟସ ମାତ୍ର 19 ବର୍ଷ ତାହାକୁ ଧରି ଅତି ତରବରିଆ ଭାବେ ରାଇଘର ପୋଲିସ ଷ୍ଟେସନରେ ଏକ ଲିଖିତ ରିପୋର୍ଟ ଦେଲେ | ସେ ରିପୋର୍ଟରେ ତାର ଭଉଣୀ ଗର୍ଭବତୀ ଥିବା କଥା କିମ୍ବା ଭରତ ସହିତ ତା ଭଉଣୀ ର ସମ୍ପର୍କ ବିଷୟରେ କିଛି ଉଲ୍ଲେଖ ନଥିଲା | ଏହି ରିପୋର୍ଟ ଉପରେ ଆଧାର କରି ସନ୍ତୋଷ କୁ ପଚାରିବାରୁ ସେ କହିଲା ଯେ ମତେ ରିପୋର୍ଟ ନପଢାଇ ଅତି ତରବରିଆ ଭାବେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ, ଯାହାକି ପୁଲୁସ ପୂଜାରୀ ମୋତେ ଭୟ ଦେଖାଇ ଥିଲେ | ଯାହା ଫଳରେ ମୁଁ ଭୟଭୀତ ହୋଇ ଦସ୍ତଖତ କଲି | ଏହି ପରି ପେକ୍ଷୀ ରେ କୁମାରୀ କତା ଗୌଡ଼ ର ମୃତ୍ୟୁ କୁ ନେଇ ସନ୍ଦେହ ଘନୀଭୂତ ହେବାକୁ ଲାଗିଲା ଉକ୍ତ ଘଟଣା କୁ ନେଇ ଯେତେବେଳେ କାହିଁକି ତରବରିଆ ଭାବେ ଥାନାକୁ ଅଭିଯୋଗ କରିବାକୁ ଯାଇ ଥିଲା ଯାହାକି

ଶ୍ରୀ ପୁଲୁସ ପୂଜାରୀକୁ ପଚରା ଯାଇଥିଲା ସେ ବି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିଲା ନାହିଁ,| ଯାହାକି କୁମାରୀ ର ମୃତ୍ୟୁ କୁ ନେଇ ପୁଲୁସ ପୁଜାରୀ ବି ସନ୍ଦେହ ଘେରକୁ ଆସିଗଲା କହିଲେ କିଛି ଭୁଲ ହେବ ନାହିଁ l ଏଠାରେ ଉଲ୍ଲେଖ ଥାଉ କି କୁମାରୀ କତା ଗୌଡ଼ ଯେତେବେଳେ ଗର୍ଭବତୀ ଥାଇ ଭରତ ଗଣ୍ଡ ଘରକୁ ଯାଇ ଥିଲେ ସେହି ଦିନଠୁ ଭରତ ର ନିଜ ସ୍ତ୍ରୀ କୁ ତାଙ୍କ ପରିବାର ଲୋକ ସମସ୍ତ ବିଷୟରେ ଜାଣି ପାରି ନିଜ ଘରକୁ ନେଇ ଯାଇଥିଲେ | ବର୍ତମାନ ଏବେ ହଳଦୀ ପଞ୍ଚାୟତର ଲୋକମାନେ କହୁଛନ୍ତି ଶ୍ରୀ ପୁଲୁସ ପୂଜାରୀ କାହିଁକି କୁମାରୀ କତା ଗୌଡ଼ର ଭାଇକୁ ନେଇ ଏ ପରି କାମ କଲା ଏଥିରେ ତାର ସ୍ୱାର୍ଥ କଣ ଅଛି ? ପ୍ରକୃତ ଦୋଷୀକୁ ଦଣ୍ଡ ଦେବା ପରିବର୍ତ୍ତେ ଦୋଷୀର ସାଥ ଦେଉଛନ୍ତି, ତେଣୁ ପୋଲିସ ଏହାର ସଠିକ ତଦନ୍ତ କରି ପ୍ରକୃତ ଦୋଷୀ ଏବଂ କୁମାରୀ ର ମୃତ୍ୟୁ ରହସ୍ୟ ରେ ଯେଉଁମାନେ ସାମିଲ ଅଛନ୍ତି ତୁରନ୍ତ ସେମାନଙ୍କୁ ଗିରଫ କରାଯାଉ ବୋଲି ଦାବୀ ହୋଇଛି l ସୂଚନା ଥାଉକି ବୁରଣ୍ଡ ଲାଲ ଗୌଡ଼ ନିହାତି ଏକ ଗରିବ ପରିବାର ହେଉ ଥିବାରୁ ଝିଅର ମୃତ୍ୟୁ କୁ ନେଇ ଆଖିର ଲୁହ ଆଖିରେ ଚାପି ରଖି ସେ ସମ୍ପୂର୍ଣ ଭାବରେ ଭାଙ୍ଗି ପଡିଲେଣି, ବାରମ୍ବାର ନ୍ୟାୟ ପାଇବା ଉଦେଶ୍ୟ ରେ କିଛି ବୁଦ୍ଧି ଜୀବି ଓ ଗାଁ ଲୋକଙ୍କ ସାହାଯ୍ୟ ମାଗି ଛନ୍ତି ନିଜ ଝିଅ ର ମୃତ୍ୟୁ ପାଇଁ ଦାୟି ଥିବା ସମସ୍ତ ଦୋଷୀ ଯେପରି ଦଣ୍ଡ ପାଇବେ ଏହାକୁ ନେଇ

ଗତ ଜୁଲାଇ ୨୦ ତାରିଖରେ ରାଇଘର ଥାନାର ଦ୍ଵାରସ୍ତ ହେଇଥିଲେ | ଏବଂ ଅତି କାକୁତି ମିନତୀ ହୋଇ ଝିଅ କୁ ନ୍ୟାୟ ମିଳୁ ବୋଲି ନେହୁରା ହୋଇଥିଲା କିନ୍ତୁ ଆଜିକୁ ୧୨ ଦିନ ବିତିଯାଇଥିଲେ ସୁଦ୍ଧା ନ୍ୟାୟ ପାଇବାରେ ସେ ବଞ୍ଚିତ ସେ ଗରିବ ଶ୍ରେଣୀର ହୋଇଥିବା ଯୋଗୁ କଣ ଟାକୁ ନ୍ୟାୟ ମିଳିବନି..? ବିଚାରା ହତାଶ ହେବା ପରେ କିଛି ଗଣ ମାଧ୍ୟମ ପ୍ରତିନିଧିଙ୍କ ଆଗରେ ତାଙ୍କର ଦୁଃଖର କାହାଣୀ କହିଛନ୍ତି | ଏବଂ ଗ୍ରାମର କିଛି ଭଦ୍ର ବୁଦ୍ଧି ଜୀବି ଶ୍ରୀ କେଶ ନାଥ ଗୌଡ଼,ଶ୍ରୀ ଜଗନ୍ନାଥ ଗୌଡ଼, ଶ୍ରୀ ଜଗ ଗୌଡ଼, ଶ୍ରୀ ହୀରାସିଂ ଗୌଡ଼, ଶ୍ରୀ ଫୁଲଚାନ୍ଦ ଗଣ୍ଡ, ଶ୍ରୀ ଇନ୍ଦ୍ର ଗଣ୍ଡ ଓ ଗ୍ରାମର ଅନେକ ଜନ ସାଧାରଣ ପୋଲିସ ନିକଟରେ ଦାବୀ କରିଛନ୍ତି ଯେ ଦୋଷୀକୁ ତୁରନ୍ତ ଗିରଫ କରାଯାଉ ନଚେତ ଆଗାମୀ ଦିନରେ ପୋଲିସ ବିରୋଧ ରେ ସେମାନେ ରାଜ ରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l

nis-ad
Leave A Reply

Your email address will not be published.