ଗଣମାଧ୍ୟମକୁ ଅପରାଜିତାଙ୍କ ଅନୁରୋଧ, ଆମକୁ ଏକୁଟିଆ ଛାଡି ଦିଅନ୍ତୁ

ଭୁବନେଶ୍ବର: ଅପରାଜିତାଙ୍କ ଅପିଲ୍‌। ବାବୁସାନ୍‌ ଚେନ୍ନାଇରୁ ଫେରିବା ପରେ ଆଉ ଏକ ଭିଡିଓ ଜାରି କରି ଅପିଲ କରିଛନ୍ତି ଅପରାଜିତା ମହାନ୍ତି। ଆମକୁ ଏକୁଟିଆ ଛାଡି ଦିଅନ୍ତୁ ବୋଲି ସେ କହିଛନ୍ତି। ୪ରୁ ୬ ଦିନ ହେବ ଆମେ ଝରକା ଓ କବାଟ ଖୋଲିପାରୁନାହୁଁ। ରାସ୍ତାରେ ଯାଉଥିବା ଲୋକମାନେ ଆମ ପାଇଁ ହଇରାଣ ହେଉଛନ୍ତି।

ଉତ୍ତମ ବାବୁ ଓ ମୋ ଭିଣୋଇଙ୍କ ଦେହ ଭଲ ନାହିଁ। କେତେବେଳେ ବି ଡାକ୍ତର ଓ ଆମ୍ବୁଲାନ୍ସର ଆବଶ୍ୟକ ପଡ଼ିପାରେ। ସେଥିପାଇଁ ଆମକୁ ଏକୁଟିଆ ଛାଡ଼ିଦିଅନ୍ତୁ ବୋଲି କହିଛନ୍ତି ଅପରାଜିତା।

ହେବ କି ବାବୁସାନ୍‌ ଓ ତୃପ୍ତିଙ୍କ ବିବାଦର ସମାଧାନ? ତୃପ୍ତିଙ୍କ ସହ ବାବୁସାନ୍‌ ଫୋନ୍‌ରେ କଥା ହେଉଛନ୍ତି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି ବାବୁସାନଙ୍କ ସମ୍ପର୍କୀୟ ମାମୁ ରବି ମିଶ୍ର। ବାବୁସାନ୍‌ ଓ ତୃପ୍ତି ମିଳାମିଶା ପାଇଁ ଆଉ ପାଦେ ଆଗେଇଛି କଥା। ଗତକାଲି ଥିଲା ବାବୁସାନ୍‌ଙ୍କ ଜନ୍ମଦିନ। ଫ୍ୟାନ୍ସଙ୍କ ସହ କେକ୍‌ କାଟି ଜନ୍ମଦିନ ପାଳିଲେ ବାବୁସାନ୍‌ ମହାନ୍ତି । ହେଲେ ପତ୍ନୀ ତୃପ୍ତି ଆସିନଥିଲେ। କିନ୍ତୁ ଉପସ୍ଥିତ ଥିଲେ ତୃପ୍ତିଙ୍କ ବାପା ଲଳିତ ଶତପଥି । ଭୁବନେଶ୍ୱର ଜଗନ୍ନାଥ ବିହାର ସ୍ଥିତ ବାସଭବନରେ କେକ୍‌ କାଟିଥିଲେ ବାବୁସାନ୍‌ । ବାବୁସାନ୍‌ଙ୍କ ବିରୋଧରେ ତୃପ୍ତି ମାମଲା ପ୍ରତ୍ୟାହାର କରିବା ନେଇ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.