ଚଳିତବର୍ଷ ନବମ ଓ ଦଶମ ଶ୍ରେଣୀ ବହିରେ ରହିବ ନୂଆ ବିଷୟବସ୍ତୁ

ବିିପର୍ଯ୍ୟୟ ଓ ମହାମାରୀ ପରିଚାଳନା ପାଠ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହେବ ନୂଆ ବିଷୟ । ବିିପର୍ଯ୍ୟୟ ଓ ମହାମାରୀ ପରିଚାଳନା ପାଠ ପଢିବେ ଛାତ୍ରଛାତ୍ରୀ । ଏନେଇ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷ ଠାରୁ ଏହି ଦୁଇ ନୂଆ ବିଷୟ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ।

ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂଆ ପାଠ୍ୟକ୍ରମ ପଢା ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ବନ୍ୟା, ବାତ୍ୟା ଆଦିରୁ କିପରି ସୁରକ୍ଷା ପାଇବେ ସେସବୁ ଉପରେ ସେମାନେ ଶିକ୍ଷାଗ୍ରହଣ କରିବେ । ଏହାସହିତ ମହାମାରୀ ପରିଚାଳନା ନେଇ ମଧ୍ୟ ଛାତ୍ରଛାତ୍ରୀମାନେ ପାଠ ପଢିବେ ।

nis-ad
Leave A Reply

Your email address will not be published.